ନୁସ୍‌ରତଙ୍କ ଗ୍ରାଣ୍ଡ ପାର୍ଟି ପାଇଁ ଚାଲିଛି ପ୍ରସ୍ତୁତି, ଏମିତି ରହିଛି ମେନୁ…

ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ନୁସରତ ଜହାଁଙ୍କ ଗ୍ରାଣ୍ଡ ଓ୍ବେଡିଂ ରିସେପ୍‌ଶନ ପାର୍ଟି ୪ ଜୁଲାଇ ଅର୍ଥାତ ଗୁରୁବାର ଅନୁଷ୍ଠିତ ହେବ। କଲିକତାର ଆଇଟିସି ରୟାଲ ହୋଟେଲରେ ହେବାକୁ ଥିବା ଏହି ଗ୍ରାଣ୍ଡ ପାର୍ଟିରେ ଅତିଥି ଭାବେ ଫିଲ୍ମଜଗତର କିଛି ଅଭିନେତ୍ରୀ ଅଭିନେତା, ରାଜନୈତିକ ବ୍ୟକ୍ତିବିଶେଷ ଯୋଗଦେବାର ରହିଛି। ଖୋଦ୍‌ ନୁସରତ ଏବଂ ତାଙ୍କ ସ୍ବାମୀ ନିଖିଲ ଜୈନ ଏହାର ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଟିଏମ୍‌ସି ନେତା ପାର୍ଥ ଚାଟାର୍ଜୀ, କଲିକତାର ମେୟର ଫିରହାଦ ହକିମ୍‌, ଅଭିଷେକ ବାନାର୍ଜୀଙ୍କୁ ନୁସରତ୍‌ ନିମନ୍ତ୍ରଣ କରିଛନ୍ତି। ବେଙ୍ଗଲ ଫିଲ୍ମ ଜଗତର ସୁପରଷ୍ଟାର ପ୍ରସନଞ୍ଜିତ୍‌ ଚାଟାର୍ଜୀ, ଦେବ ଅଧିକାରୀ, ଅଭିନେତ୍ରୀ ମୁନ୍‌ମୁନ୍‌ ସେନ୍‌ ପ୍ରମୁଖ ଏହି ଗ୍ରାଣ୍ଡ ପାର୍ଟିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଏତଦ୍‌ବ୍ୟତୀତ ନୁସରତଙ୍କ ବାନ୍ଧବୀ ମିମି ଚକ୍ରବର୍ତ୍ତୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।
କ’ଣ ରହିଛି ମେନୁ ଜାଣନ୍ତୁ :
ପାର୍ଟିରେ ମେନୁ କିଛି ଖାସ୍‌ ରହିଛି। ପାର୍ଟିରେ କେଉଁ ଖାଦ୍ୟ ପ୍ରସ୍ତୁତ କରାଯିବ ଉଭୟ ନୁସ୍‌ରତ ଏବଂ ନିଖିଲ ବୁଝୁଛନ୍ତି। ନିଖିଲ ଶାକାହାରୀ ହୋଇଥିବାରୁ କିଛି ସାଦା ଖାଦ୍ୟ ପ୍ରସ୍ତୁତ କରାଯିବା ସହ ଇଟାଲିୟନ, ବେଙ୍ଗଲୀ ଏବଂ ଆମିଷ ଖାଦ୍ୟ ଅତିଥିଙ୍କୁ ପରଷା ଯିବ।

Share