ନୁସ୍‌ରତ ଇନ୍‌ଷ୍ଟାଗ୍ରାମରେ ଶେୟାର କଲେ ରୋମାଣ୍ଟିକ୍‌ ଫଟୋ

ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ନୁସରତ ଜହାଁଙ୍କ ରିସେପ୍‌ଶନ ୪ ଜୁଲାଇରେ କଲିକତାର ଆଇଟିସି ରୟାଲ ହୋଟେଲରେ ସମ୍ପନ୍ନ ହୋଇଛି। ପାର୍ଟିର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଗୁଡ଼ିକ ମଧ୍ୟରୁ ଏକ ନୂଆ ଫଟୋ ଦର୍ଶକଙ୍କ ସାମ୍ନାକୁ ଆସିଛି।

ଏହି ଫଟୋ ରିସେପ୍‌ଶନ ସମୟର। ଫଟୋରେ ସ୍ବାମୀ ନିଖିଲ ଜୈନଙ୍କ ସହ ନୁସରତ୍‌ ରୋମାଣ୍ଟିକ୍‌ ପୋଜ୍‌ ଦେଇଛନ୍ତି। ଏହି ଫଟୋରେ ଦୁହେଁ ଖୁବ୍‌ ସୁନ୍ଦର ଦିଶୁଛନ୍ତି। ନୁସରତ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିଛନ୍ତି। ଏଥିରେ ସ୍ବାମୀଙ୍କ ଉଦ୍ଦେଶ୍ୟରେ ଏକ କ୍ୟାପଶନ ମଧ୍ୟ ଲେଖିଛନ୍ତି, ଯେତେବେଳେ ମୁଁ ଆଖି ବନ୍ଦ କରୁଛି ସେତେବେଳେ ତୁମ ହୃଦୟରେ ଥିବା ପ୍ରେମର ପରିଭାଷାକୁ ବୁଝିପାରୁଛି। ତୁମେ ମୋ’ ଜୀବନକୁ ବଦଳାଇ ଦେଇଛ।’ ପାର୍ଟିରେ ନୁସରତ ମେରୁନ୍‌ କଲରର ଏକ ଲେହେଙ୍ଗା ସହିତ ହେଭି ଜୁଏଲାରୀ ପିନ୍ଧି ଖୁବ୍‌ ସୁନ୍ଦର ଲାଗୁଥିଲେ। ନିଖିଲ ମଧ୍ୟ କିଛି କମ୍‌ ଲାଗୁ ନ ଥିଲେ। ବ୍ଲାକ୍‌ କଲରର ଶେରଓ୍ବାନୀ ପିନ୍ଧି ହ୍ୟାଣ୍ଡସମ୍‌ ଦେଖାଯାଉଥିଲେ।

ଏହି ପାର୍ଟିରେ ମିମି ଚକ୍ରବର୍ତ୍ତୀ, ମମତା ବାନାର୍ଜୀ ଯୋଗ ଦେଇଥିଲେ। କହିରଖୁଛୁ, ବିବାହ ପରେ ଏମ୍‌ପି ଭାବେ ଶପଥ ନେବା ପାଇଁ ନୁସରତ୍‌ ସଂସଦରେ ପହଞ୍ଚିଥିଲେ। ସେଠାରୁ ଫେରି ସ୍ବାମୀଙ୍କ ସହ ରୋମାଣ୍ଟିକ୍‌ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋଗୁଡ଼ିକୁ ଫ୍ୟାନମାନେ ଖୁବ୍‌ ପସନ୍ଦ କରିଛନ୍ତି।

Share