ନୂଆଗାଁ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ: ବିଭାଗୀୟ ଅଧିକାରୀଙ୍କୁ ବିଧାୟକଙ୍କ ତାଗିଦ

ନୂଆଗାଁ,୨୨ା୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ମଙ୍ଗଳବାର ରାଜୀବ ଗାନ୍ଧୀ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଚେୟାରମ୍ୟାନ ଅନ୍ତର୍ଯାମୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗ ଦେଇ ପ୍ରତି ବିଭାଗର ସମୀକ୍ଷା କରିଥିଲେ। କୌଣସି ବିଭାଗର ଅଧିକାରୀ କିମ୍ବା କର୍ମଚାରୀ ସୁଚାରୁରୂପେ କାର୍ଯ୍ୟ କରୁ ନ ଥିବାରୁ ସେମାନଙ୍କୁ ତାଗିଦ କରିଥିଲେ। ବିଶେଷ କରି କୃଷି ବିଭାଗ ଓ ଆର୍‌ଡବ୍ଳ୍ୟୁଏସ୍‌ଏସ୍‌ର କର୍ମଚାରୀ କାର୍ଯ୍ୟରେ ଅବହେଳା କରିବା ସହ ଜନସାଧାରଣଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥ ପ୍ରତି ଧ୍ୟାନ ଦେଉଥିବାରୁ ବିଧାୟକଙ୍କ ସମେତ ବୈଠକରେ ଉପସ୍ଥିତ ଲୋକ ପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିଥିଲେ। ପ୍ରତି ପଞ୍ଚାୟତରେ ପାନୀୟ ଜଳର ଅବ୍ୟବସ୍ଥା ରହିଥିବାବେଳେ ସେଥିପ୍ରତି ପଦକ୍ଷେପ ବିଷୟରେ ଲୋକପ୍ରତିନିଧିମାନେ ପ୍ରଶ୍ନ କରିବାରୁ ଯନ୍ତ୍ରୀ ଜ୍ୟୋତିରଞ୍ଜନ ବେହେରା କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ।
ଚାଷୀମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ କୃଷି ବିଭାଗ ଦ୍ୱାରା ତାହା ଲୋକାଭିମୁଖୀ କରାଯାଉ ନାହିଁ। ଏପରି କି ଲୋକ ପ୍ରତିନିଧିମାନେ ମଧ୍ୟ ସୂଚନା ପାଇପାରୁ ନାହାନ୍ତି। ତେଣୁ ଲୋକ ପ୍ରତିନିଧିଙ୍କ ମାଧ୍ୟମରେ ଲୋକମାନଙ୍କୁ ଏସବୁ ଜଣାଇବା ପାଇଁ ଗତ ସାଧାରଣ ଅଧିବେଶନରେ କୃଷି ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଲୋକ ପ୍ରତିନିଧିଙ୍କୁ କିଛି ନ ଜଣାଇ ଅନେକ କାର୍ଯ୍ୟକ୍ରମ କରାଯାଇଥିବା କୃଷି ଅଧିଦର୍ଶକ କୁମୁଦୁନୀ ଦେଈ ସୂଚନା ଦେଇଥିଲେ। ଏଥିରେ ବିଧାୟକ କ୍ଷୁବ୍ଧ ହେବା ସହ ଯଥାଶୀଘ୍ର ଲୋକ ପ୍ରତିନିଧିଙ୍କୁ ନେଇ ବୈଠକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜାକେଡା ପଞ୍ଚାୟତରେ ଉଦ୍ୟାନ ବିଭାଗ କାଜୁ ଲଗାଇ ଦୁର୍ନୀତି କରିଥିବା ପ୍ରସଙ୍ଗ ସରପଞ୍ଚ ତ୍ରିଲୋଚନ ସାହୁ ଉଠାଇଥିବା ବେଳେ ଉଦ୍ୟାନ ସମ୍ପ୍ରସାରଣ କର୍ମୀ କୃଷ୍ଣଚନ୍ଦ୍ର ବାରିକ ନୂଆକରି ଯୋଗ ଦେଇଥିବାରୁ ଏ ବିଷୟରେ ଜାଣି ନାହାନ୍ତି କହି କଥାକୁ ଏଡାଇ ଦେଇଥିଲେ। ଯଥାଶୀଘ୍ର ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥାରେ ସୁଧାର ଆଣିବା ସହ ବାହାଡାଝୋଲାରେ ୧୫ଦିନ ମଧ୍ୟରେ ପାନୀୟ ଜଳର ବ୍ୟବସ୍ଥା ନ ହେଲେ ବିଭାଗୀୟ ଯନ୍ତ୍ରୀମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ କହିଥିଲେ। ଉକ୍ତ ବୈଠକରେ ବିଧାୟକ ବେହେରା, କନ୍ଧମାଳ ଏମ୍‌ପିଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, ଜିଲା ପରିଷଦ ସଭ୍ୟ ସୁଦୀପ୍ତ କୁମାର ରାୟ, ନୂଆଗାଁ ବ୍ଲକ ଚେୟାରମ୍ୟାନ ସ୍ବାଇଁ, ବ୍ଲକ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ, ବିଡିଓ ଶିରିୟାଲ ଶୁଭ୍ର ପଟେଲଙ୍କ ସମେତ ବ୍ଲକ କର୍ମଚାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri