ନୂଆପଡ଼ା ଜିଲା ଛୁଇଁଲା କରୋନା

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପ୍ରଥମ ଥର ପାଇଁ ନୂଆପଡ଼ାକୁ କରୋନା ଛୁଇଁଛି। ରବିବାର ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପ୍ରକାଶ ଯେ, ରାଜ୍ୟରେ ନୂଆ ୬୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬୦ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ୪ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଏବଂ ୩ ଜଣ ସାଧାରଣ ଲୋକ(ଲୋକାଲ୍‌) ରହିଛନ୍ତି।  ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ୭, ପୁରୀର ୧୬, ଖୋର୍ଦ୍ଧାର ୩, କଟକର ୨, ନୟାଗଡ଼ର ୧୩, ସୁନ୍ଦରଗଡ଼ ୪, ଜଗତସିଂହପୁର ୧, ଅନୁଗୋଳ ୬, କଳାହାଣ୍ଡି ୪, ବଲାଙ୍ଗୀର ୭, ମାଲକାନଗିରି ୨, ଢେଙ୍କାନାଳର ଜଣେ ଅଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩୩୬ରେ ପହଞ୍ଚିଛି।

Share