ନୂଆପଡା ପ୍ରିମିୟର ଲିଗ ଫୁଟବଲ:ମହାମାୟା, ଖଡିଆଳ ଦଳ ଫାଇନାଲକୁ ଉନ୍ନୀତ

ନୂଆପଡା ଅଫିସ,୩୧ା୮
ସ୍ଥାନୀୟ ମିନିଷ୍ଟାଡିୟମରେ ଚାଲିଥିବା ନୂଆପଡା ପ୍ରିମିୟର ଲିଗ ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ୨ଟି ସେମିଫାଇନାଲରେ ମହାମାୟା ଦଳ ଏବଂ ଖଡିଆଳ ଦଳ ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଅପରାହ୍ନରେ ହୋଇଥିବା ପ୍ରଥମ ସେମିଫାଇନାଲ ଖେଳକୁ ଭାଜପାର ଜିଲା ପ୍ରଭାରୀ ହୋମସିଂ ମାଝି ମୁଖ୍ୟଅତିଥି, ସିତୁବୋଧନକର, ଲାଲଟୁ ବୋଷ, ହୀରା ପଟେଲ, ପୁନୀତ ରାଉତ ପ୍ରମୁଖ ସମ୍ମାନିତ ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଏହିକ୍ରମରେ ପେନଥସ ଖଡିଆଳ ଏବଂ ପ୍ଲେ ବଏ ନୂଆପଡା ମଧ୍ୟରେ ହୋଇଥିଲା। ପେନାଲଟିକ ସଟରେ ୪-୧ ଗୋଲରେ ପେନଥସ ଖଡିଆଳ ବିଜୟୀ ହୋଇଥିଲା । ସେହିଭଳି ଦ୍ୱିତୀୟ ସେମିଫାଇନାଲ ଖେଳ ମହାମାୟା ଏବଂ କୋମନା ଚ୍ୟାଲେଞ୍ଜର୍ସ ମଧ୍ୟରେ ହୋଇଥିଲା ା ଏହି ମ୍ୟାଚରେ ନ୍ୟାଶନାଲ କଲେଜର ଅଧ୍ୟକ୍ଷ ସମରେନ୍ଦ୍ର ନାରାୟଣ ଦାସ ମୁଖ୍ୟ ଅତିଥି, ଟୁଲୁପାଢୀ, ସଞ୍ଜୁ ପୁରୋହିତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଏହି ମ୍ୟାଚରେ ମହାମାୟା ଦଳ କୋମନା ଦଳକୁ ୨-୧ ଗୋଲରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି। ଶନିବାର ଫାଇନାଲ ଖେଳ ପେନଥସ ଖଡିଆଳ ଏବଂ ମହାମାୟା ଦଳ ମଧ୍ୟରେ ଅନୁଷ୍ଠିତ ହେବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକାଅ କୁମାର ସାହୁ, ବିଭୁଦତ ମିଶ୍ର, ମୋହନ ବାଗ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ସୁଧୀର କୁମାର ମିଶ୍ର, ଧନୀ ନାଗ, ଅନୀଲ ଦାସ, ସୌରଭ ଜୈନ, ଜାନୁ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।