ନୂଆବଜାରଠାରେ ଅଟକିଲା ତିନିରଥ

ଭୁବନ,୪ା୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନରେ ଗୁରୁବାର ରଥଯାତ୍ରା ସମ୍ପନ୍ନ ହୋଇଛି। ସକାଳେ ସମସ୍ତ ନିତିକାନ୍ତି ପରେ ଅପରାହ୍ନ ୧ଟାରେ ତିନି ରଥ ପ୍ରତିଷ୍ଠା କରାଯାଇଥିଲା। ପରେ ପହଣ୍ଡି କାର୍ଯ୍ୟ ଯଥାବିଧି ଅନୁସାରେ ଅନୁଷ୍ଠିତ ହୋଇଥିଲା। ରାମଚନ୍ଦ୍ର ରାଉତ ଛେରାପହଁରା କରିଥିବାବେଳେ କଂସାରୀ ସମ୍ପ୍ରଦାୟର ଲୋକମାନେ ଘଣ୍ଟବାଦ୍ୟରେ ଶ୍ରଦ୍ଧାଳୁମାନଙ୍କୁ ବିମୋହିତ କରିଥିଲେ। ପୋଲିସ ପ୍ରଶାସନ ଓ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ରଥଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ତିନି ରଥ ନୂଆବଜାରଠାରେ ପହଞ୍ଚିଥିଲା।