ନୂଆବର୍ଷରେ ଆରଡିରେ ପ୍ରବଳ ଭିଡ

ଆରଡି,୧।୧, (ଡି.ଏନ.ଏ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିକୁ ନୂଆବର୍ଷ ଉପଲକ୍ଷେ ବୁଧବାର ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା। ଭକ୍ତମାନେ ଲମ୍ବା ଲାଇନରେ ଆସି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ। ଆରଡି ଫାଣ୍ଡି ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପୀଠରେ ଶାନ୍ତି ଶୃଙ୍ଖଳା ରକ୍ଷା କରା ଯାଇଥିଲା। ଯାନବାହନ ନିୟନ୍ତ୍ରଣ ପାଇଁ ପୋଲିସ କର୍ମଚାରୀ ନିୟୋଜିତ କରାଯାଇଥିଲା।