ନୂଆବର୍ଷରେ ଏହି ୫ଟି କାର୍ଯ୍ୟ କଲେ ପ୍ରାପ୍ତି ହେବ ସୌଭାଗ୍ୟ

ଆଉ କିଛି ସମୟ ପରେ ଚଳିତବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରାଯିବ। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକମାନେ ବେଶ୍‌ ଉତ୍କଣ୍ଠାର ସହ ନିଜ ନିଜ ଡେଷ୍ଟିନେଶନ୍‌ରେ ସେଲିବ୍ରେସନ୍‌ କରି ରାତି ୧୨ଟାକୁ ଅପେକ୍ଷା କରି ରହିଛନ୍ତି। ବର୍ଷସାରା ଭଲରେ କଟିବା ପାଇଁ ଏହି ଦିନରେ ଲୋକମାନେ ନିଜେ ନିଜ ସହ ଦୃଢ଼ପ୍ରତିଜ୍ଞା କରିଥାନ୍ତି। ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ ନୂଆବର୍ଷରେ କିଛି ଏଭଳି କାର୍ଯ୍ୟ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।
ଟଙ୍କା ନେଣଦେଣ: ଜ୍ୟୋତିଷଶାସ୍ତ୍ର ଅନୁସାରେ ନୂଆବର୍ଷରେ ଋଣ ନେଲେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ। କାରଣ ଏମିତି କଲେ ବର୍ଷସାରା ଆପଣ ଅନ୍ୟମାନଙ୍କଠାରୁ ଋଣ ନେଉଥିବେ ବୋଲି କୁହାଯାଏ। ତେଣୁ ଏହି ଦିନରେ କାହାରିଠାରୁ ଆପଣ ଉଧାରି ନିଅନ୍ତୁ ନାହିଁ।
ପର୍ସରେ ରଖନ୍ତୁ ଟଙ୍କା: ବର୍ଷର ଆରମ୍ଭରୁ ଯଦି ପର୍ସ ଖାଲି ରହିଥାଏ ତେବେ ଏହାକୁ ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ବର୍ଷସାରା ଧନର ସମସ୍ୟା ରହିଥାଏ।
ଆଲମାରିରେ ରଖନ୍ତୁ ଟଙ୍କା: ଯେପରି ପର୍ସ ଖାଲି ରଖିବା ଅଶୁଭ ହୋଇଥାଏ, ସେହିଭଳି ଆଲମାରିରେ ଟଙ୍କା ନ ରଖିବା ମଧ୍ୟ ଅଶୁଭ ବୋଲି କୁହାଯାଏ। ତେଣୁ ବର୍ଷ ଆରମ୍ଭ ଦିନରୁ ସେଠାରେ ଟଙ୍କା ନିଶ୍ଚୟ ରଖନ୍ତୁ। ଯାହାଦ୍ୱାରା ବର୍ଷସାରା ଆର୍ଥିକ ସ୍ଥିତି ସନ୍ତୁଳନ ହୋଇ ରହିବ।
ଭଙ୍ଗା ଜିନିଷ: ଆଚାର୍ଯ୍ୟ ଇନ୍ଦୁ ପ୍ରକାଶଙ୍କ ଅନୁସାରେ ଏବଂ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅର୍ଦ୍ଧଭଙ୍ଗା ବା ସମ୍ପୂର୍ଣ୍ଣ ଭଙ୍ଗା କାଚ, ଭଙ୍ଗା ଖଟ, ଅଦରକାରୀ ବାସନ, ବନ୍ଦ ଘଡି, ଭଙ୍ଗା ମୂର୍ତ୍ତି, ଆସବାବପତ୍ର ଇଲେକ୍‌ଟ୍ରୋନିକ୍ସ୍‌ ଜିନିଷ ଆଦି ରଖିଲେ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଏଥିସହ ପରିବାର ଲୋକଙ୍କ ମାନସିକ ଦୁଶ୍ଚିନ୍ତା ଲାଗି ରହିଥିବା ବେଳେ ପରିବାର ସଦସ୍ୟଙ୍କ ଉନ୍ନତିରେ ବାଧା ଉପୁଜିଥାଏ ବୋଲି ବିଶ୍ୱାସ ରହିଛି। କେବଳ ସେତିକି ନୁହେଁ ଏହାଦ୍ୱାରା ସ୍ବାମୀ-ସ୍ତ୍ରୀଙ୍କ ବୈବାହିକ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ନୂଆବର୍ଷରେ ଏହି ସବୁ ଜିନିଷକୁ ଘରୁ କାଢ଼ି ଦିଅନ୍ତୁ। ଦେଖିବେ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବା ସହ ସୁଖ, ଶାନ୍ତି ଓ ଧନଧାନ୍ୟରେ ଘର ପୂରି ଉଠିବ।
ଦାନ: ବର୍ଷସାରା ମା’ ଅନ୍ନପୂର୍ଣ୍ଣାଙ୍କ କୃପା ଚାହୁଁଛନ୍ତି ତେବେ ଏହି ଦିନ କୌଣସି ଗରିବଙ୍କୁ ସାଢ଼େ ୫କିଲୋ ଗହମ ଦାନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ ବର୍ଷସାରା ଧନଧାନ୍ୟର ଅଭାବ ରହିବ ନାହିଁ।