ନୂଆବର୍ଷରେ ଘରେ ତରକାରୀ ହୋଇ ନ ଥିବାରୁ ନାବାଳିକାଙ୍କ ଆତ୍ମହତ୍ୟା

ପାଟଣା,୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖମୁଆଁ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ନୂଆବର୍ଷ ରାତିିରେ ଖାଇବାରେ ତରକାରୀ ହୋଇ ନ ଥିବାରୁ ରୁଷି ବାପାଙ୍କ ବ୍ଲଡ଼ପ୍ରେସର ମେଡିସିନ ଖାଇ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ହେଉଛନ୍ତି ଖମୁଆଁ ଗ୍ରାମର ପର୍ଶୁରାମ ନାଏକଙ୍କ ଝିଅ ରୁବି ନାଏକ।

ସୂଚନା ଅନୁଯାୟୀ, ବୁଧବାର ରାତିରେ ଘରେ ତରକାରୀ ନ ହୋଇଥିବାରୁ ରୁବିଙ୍କ ତାଙ୍କ ମା’ଙ୍କ ସହ ବଚସା ହୋଇଥିଲା। ଏଥିରେ ରୁବି ମାନସିକ ଭାରସମ୍ୟ ହରାଇ ବାପାଙ୍କ ବିପି ମେଡିସିନ ଖାଇ ଦେଇଥିଲେ। ଏ ନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।