ନୂଆବର୍ଷରେ ଜନ୍ମ ନେଲେ ୪ ଲକ୍ଷ ନବଜାତକ: ଭାରତରେ ସର୍ବାଧିକ ୬୭ ହଜାର

ଓ୍ବାଶିଂଟନ,୧।୧: ନୂଆବର୍ଷ ପହିଲି ଦିନରେ ପୃଥିବୀରେ ମୋଟ ୩ ଲକ୍ଷ ୯୨ ହଜାର ୭୮ ଜଣ ନବଜାତକ ଜନ୍ମଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ଭାରତରେ ସର୍ବାଧିକ ୬୭ ହଜାର ୩ ଶହ ୮୫ ଜଣ ଶିଶୁଙ୍କ ଜନ୍ମ ହୋଇଥିବା ୟୁନିସେଫ୍‌ ରିପୋର୍ଟରୁ ଜଣାପଡ଼ିଛି। ପ୍ରକାଶିତ ତାଲିକାରେ ଚାଇନା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୪୬ ହଜାର ୨ଶହ ୯୯ ଶିଶୁ ଜନ୍ମ ହୋଇଛନ୍ତି। ସେହିପରି ତୃତୀୟ ସ୍ଥାନରେ ନାଇଜେରିଆ ରହିଛି। ଏଠାରେ ନୂଆବର୍ଷରେ ୨୬ ହଜାର ୩୯ ଜଣ ଶିଶୁ ଜନ୍ମ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ପାକିସ୍ତାନରେ ୧୬ ହଜାର ୭ଶହ ୮୭, ଇଣ୍ଡୋନେସିଆରେ ୧୩ ହଜାର ୨୦, ଆମେରିକାରେ ୧୦ ହଜାର ୪ଶହ ୫୨, କଙ୍ଗୋରେ ୧୦ ହଜାର ୨ଶହ ୪୭ ଏବଂ ଇଥୋପିଆରେ ୮ ହଜାର ୪ଶହ ୯୩ ଜଣ ଶିଶୁ ଜନ୍ମ ହୋଇଥିବା ୟୁନିସେଫ୍‌ ରିପୋର୍ଟରେ ଦର୍ଶାଯାଇଛି।

Share