ନୂଆବର୍ଷରେ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଦେବା ଲାଗି ବାସଭବନରେ ଭିଡ଼

ଭଞ୍ଜନଗର,୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଗଝୋଳସ୍ଥିତ ବାସଭବନରେ ନୂଆବର୍ଷ ଲାଗି ସକାଳୁ ଶୁଭେଚ୍ଛୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ଭଞ୍ଜନଗର ଓ ସୋରଡ଼ା ନିର୍ବାଚନମଣ୍ଡଳୀର ଲୋକେ ମନ୍ତ୍ରୀଙ୍କୁ ଅପରାହ୍ନ ପର୍ଯ୍ୟନ୍ତ ସାକ୍ଷାତ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ଭାଜପା ନେତା ଡି. ଚେଲପତି ରାଓଙ୍କ ସମେତ ଆଉ କିଛି ନେତା ମଧ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ୍‌ କରି ଶୁଭେଚ୍ଛା ଜଣାଇଥିଲେ । ଏଥିସହ ଜିଲାର ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀମାନେ ମଧ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି ।

Share