ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଦର୍ଶନ: ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପୁରୀ ଅଫିସ,୧।୧: ଆରମ୍ଭ ହୋଇଛି ବର୍ଷ ୨୦୨୦। ନୂଆବର୍ଷର ପ୍ରଥମ ସୂର୍ଯ୍ୟଦର୍ଶନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଛି। ମହାପ୍ରଭୁଙ୍କ ଦର୍ଶନ କରି ପରିବାର ତଥା ବନ୍ଧୁ ପରିଜନଙ୍କ ଶୁଭ ମନାସିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ଗହଳି ହୋଇଛି। ଶ୍ରୀମନ୍ଦିରରେ ଦାରୁବିଗ୍ରହଙ୍କ ଦର୍ଶନ କରି କୃତାର୍ଥ ହେଉଛନ୍ତି ଭକ୍ତ। ଶୃଙ୍ଖଳିତ ଦର୍ଶନ ପାଇଁ ଜିଲା ପ୍ରଶାସନ, ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଏବଂ ସିଂହଦ୍ୱାରକୁ ଆକର୍ଷଣୀୟ ସଜ୍ଜା ଯାଇଛି। ମଙ୍ଗଳବାର ରାତି ୧ଟା ୨୦ରୁ ମନ୍ଦିରର ଦ୍ବାର ଫିଟାଯାଇ ନୀତିକାନ୍ତି ଆରମ୍ଭ ହୋଇଛି। ଭକ୍ତମାନେ ରାତିରୁ ଧାଡିରେ ଆସି ଠାକୁରଙ୍କୁ ଦର୍ଶନ କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ପର୍ଯ୍ୟାପ୍ତ ପୋଲିସ ମୁତୟନ ହୋଇଛନ୍ତି।

Share