ନୂଆବର୍ଷ ଛୁଟି ମନାଇବାକୁ ବାହାରିଲେ ଆଲିଆ-ରଣବୀର, ଏୟାରପୋର୍ଟରେ ସ୍ପଟ୍‌

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ରିଲେସନଶିପ୍‌କୁ ନେଇ ବେଶ୍‌ କିଛିଦିନ ଧରି ବଲିଉଡ୍‌ରେ ଚର୍ଚ୍ଚା ହୋଇଆସୁଛି। ଆଉ ଏ କଥା ବି ଶୁଣିବାକୁ ମିଳିଛି ୨୦୨୦ରେ ଏହି ଯୋଡ଼ି କୁଆଡ଼େ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। କିନ୍ତୁ ଏନେଇ କିଛି ସ୍ପଷ୍ଟ କରିନାହାନ୍ତି ଆଲୁ କି ରଣବୀର। ଏବେ ଶୁଣିବାକୁ ମିଳୁଛି ନୂଆବର୍ଷ ଛୁଟି ମନାଇବାକୁ ଏହି ଯୋଡ଼ି ବାହାରିଛନ୍ତି। କିନ୍ତୁ ନୂଆବର୍ଷ ପାଳନ କରିବାକୁ କେଉଁ ସ୍ଥାନକୁ ବାଛିଛନ୍ତି ଏ ପର୍ଯ୍ୟନ୍ତ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଦୁଇଜଣଙ୍କୁ ଏୟାରପୋର୍ଟରେ ସ୍ପଟ୍‌ କରାଯାଇଛି। ଏହି ସମୟର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଆଲିଆ ବ୍ଲୁ ଏବଂ ହ୍ବାଇଟ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଥିବା ବେଳେ ରଣବୀର କାଜୁଆଲ ଲୁକ୍‌ରେ ଅଛନ୍ତି।

Share