ନୂଆବର୍ଷ ପାଇଁ ସଜେଇ ହେଉଛି ପୁରୀ: ଆକର୍ଷଣୀୟ ହେବ ସିଂହଦ୍ୱାର ଶେଡ୍‌

ପୁରୀ ଅଫିସ, ୨୫ା୧୨:ଆସୁଛି ନୂଆବର୍ଷ। ସଜେଇ ହେଉଛି ପୁରୀ। ଭକ୍ତ, ପର୍ଯ୍ୟଟକ, ତୀର୍ଥଯାତ୍ରୀ ସମସ୍ତଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହେଉଛି ପର୍ଯ୍ୟଟନ ସହର। ବିଶେଷକରି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି କୌଣସି ପ୍ରକାର ସମସ୍ୟାରେ ନ ପଡନ୍ତି ତାହା ଉପରେ ଗୁରୁତ୍ୱ ଦେଉଛି ପ୍ରଶାସନ। ଏଥିପାଇଁ ଏକାଧିକ ପ୍ରକଳ୍ପ କାମ ଆଗେଇ ଚାଲିଛିି। ନୂଆବର୍ଷରେ ସିଂହଦ୍ୱାର ଅଞ୍ଚଳକୁ ଦିଆଯିବ ନୂଆ ରୂପ। ଏଥିନିମନ୍ତେ ଆକର୍ଷଣୀୟ ସାଜସଜ୍ଜା କରାଯାଉଛିି। ନୂତନ ବ୍ୟାରିକେଡ ଏବଂ ଶେଡ୍‌ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛିି। ମଙ୍ଗଳବାର ଶେଡ୍‌ ଉପରେ କଭର ପକାଯାଉଥିବାବେଳେ ଆଉ ଦିନେ ଦୁଇଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯିବ। ତେବେ ଯେତେ ପ୍ରକାର ସାଜସଜ୍ଜା କରାଯାଉଛି ସେଥିମଧ୍ୟରୁ ଶେଡ୍‌ ସବୁଠୁ ଅଧିକ ଆକର୍ଷଣୀୟ ହେବ ବୋଲି ଜଣାପଡିଛିି।
ଶ୍ରୀମନ୍ଦିରକୁ ଆସୁଥିବା ଦର୍ଶନାର୍ଥୀଙ୍କ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛିି। ତେଣୁ ଏହି ଆଦେଶକୁ ପାଳନ କରିବା ଲାଗି ଜିଲା ପ୍ରଶାସନ, ଶ୍ରୀମନ୍ଦିର ଏବଂ ପୋଲିସ ପ୍ରଶାସନ ସମସ୍ତେ ଲାଗିପଡିଛନ୍ତିି। ଯାତାୟାତ ନିମନ୍ତେ ବଡ଼ଦାଣ୍ଡରେ ଟ୍ରାଫିକ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛିି। ନିର୍ମାଣାଧୀନ ନୂତନ ବ୍ୟାରିକେଡ ପ୍ରବେଶ ପଥରେ ଯଥା ସମ୍ଭବ ଗହଳି କମାଇବା ପାଇଁ ଭିଆଇପି ଗାଡି ଉପରେ କଟକଣା ଲଗାଯାଇଛିି। ମରିଚିକୋଟ ଛକଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ବଡ଼ଦାଣ୍ଡ ମଝିରେ ପାଦଚଲା କରିଡର କରାଯାଇଛିି। ମରିଚିକୋଟ ଛକଠାରୁ ଏହା ମଧ୍ୟରେ ଭକ୍ତମାନେ ଚାଲି ଚାଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବେ। ସେହିପରି ଭିଆଇପି ଗାଡିଗୁଡିକ ମରିଚିକୋଟ ଛକଠାରୁ ଆଗକୁ ଯାଇପାରିବେ ନାହିଁି। ମରିଚିକୋଟ ଛକରେ ଓହ୍ଲାଇ ବ୍ୟାଟେରି ଅଟୋରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇପାରିବେ। ସେହିପରି ଭକ୍ତଙ୍କ ପାଇଁ ସ୍ଥାୟୀ ଜୋତା ଓ ମୋବାଇଲ ଷ୍ଟାଣ୍ଡ କାମ ଚାଲିଥିବାବେଳେ ପାନୀୟ ଜଳ, ଶୌଚାଳୟ ସୁବିଧା ମଧ୍ୟ କରାଯାଇଛିି। ମଙ୍ଗୁ ମଠ ବ୍ୟବସାୟିକ କୋଠା ଉଚ୍ଛେଦ ପରେ ସେଥିରେ ଟାଇଲ ପକାଯାଇଛିି। ସବୁଜ ବଳୟ ସୃଷ୍ଟି ଲାଗି ଗଛ କୁଣ୍ଡିଆ ସଜାଇ ରଖାଯାଇଥିବା ବେଳେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ମଧ୍ୟ ହୋଇଛିି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ସିଂହଦ୍ୱାର ଅଞ୍ଚଳରେ ଏଭଳି ସାଜସଜ୍ଜାକୁ ଦେଖି ଖୁସି ହେଉଛନ୍ତିି।

Share