Categories: ଜାତୀୟ

ନୂଆବର୍ଷ ପାଳନ: ବେଙ୍ଗାଲୁରୁରେ ୭ ହଜାର ସୁରକ୍ଷାକର୍ମୀ ମୁତୟନ

ବେଙ୍ଗାଲୁରୁ,୩୦।୧୨: ନୂଆବର୍ଷ ପାଳନ ପାଇଁ ବେଙ୍ଗାଲୁରୁରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରର ବିଭିନ୍ନ ଅଞ୍ଚଳରେ ୭ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଆବଶ୍ୟକ ସ୍ଥଳେ ସନ୍ଦିଗ୍ଧ ବସ୍ତୁ, ଯାନବାହନ ଏବଂ ବ୍ୟକ୍ତି ବିଶେଷଙ୍କ ଯାଞ୍ଚ୍‌ କରାଯାଉଛି। ନୂଆବର୍ଷର ପୂର୍ବ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ଅପ୍ରୀତକର ଘଟଣାକୁ ରୋକିବା ପାଇଁ ଏଭଳି ସତର୍କତା ଗ୍ରହଣ କରାଯାଇଥିବା ସିଟି ପୋଲିସ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି।

Share