Advertisement

ନୂଆରୂପ ନେବ ଅସୁରଖୋଲ ଜଳପ୍ରପାତ : ସ୍ଥିତି ଅନୁଧ୍ୟାନ କରି ଫେରିଲେ ବିଭାଗୀୟ ଅଧିକାରୀ

କେନ୍ଦୁଝର,୨।୧୧(ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ନିକଟସ୍ଥ କୁଡ଼ିଆଘରା ଜଙ୍ଗଲରେ ଥିବା ମନୋରମ ଜଳପ୍ରପାତ ଅସୁରଖୋଲ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏହାକୁ ପର୍ଯ୍ୟଟନ କେନ୍ଦ୍ର ଘୋଷଣା ଲଶଗି ଅଞ୍ଚଳବାସୀ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି। ହେଲେ ଏହାର ଆଶାନୁରୂପ ବିକାଶ ହୋଇ ନାହିଁ ା ଏହି ପରିପ୍ରେକ୍ଷୀରେ ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ରଙ୍କ ସହ ଜଳ ବିଭାଜିକା ପ୍ରକଳ୍ପ ଓ ବନ ବିଭାଗର ଏକ ପ୍ରତିନିଧି ଦଳ ଏହି ସ୍ଥାନ ପରିଦର୍ଶନ କରି ଫେରିଛନ୍ତି। ଉକ୍ତ ଜଳପ୍ରପାତ ଏକ ନୂଆ ରୂପ ନେଇ ବିକଶିତ ହେବ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି।
ପାହାଡ ଓ ଜଙ୍ଗଲ ଦେଇ ବୋହି ଯାଉଥିବା ଏକ ଝରଣା ପ୍ରାୟ ୧୫ ଫୁଟ୍‌ ନିମ୍ନକୁ ଲମ୍ଫ ଦେଇ ମନୋରମ ଜଳ ପ୍ରପାତ ସୃଷ୍ଟି କରିଛି। ଜିଲା ମୁଖ୍ୟାଳୟଠାରୁ ଜଳପ୍ରପାତର ଦୂରତା ପ୍ରାୟ ୧୨ କି.ମି. ହେବ। ଏହି ପର୍ଯ୍ୟଟନ କେନ୍ଦ୍ରର ବିକାଶ କରିବା ପାଇଁ ଜିଲା ପରିଷଦ ଅଧ୍ୟକ୍ଷା ପାତ୍ର ପୂର୍ବରୁ ଜିଲାପାଳଙ୍କୁ ଏକ ଚିଠି ଲେଖିଥିଲେ। ଅସୁରଖୋଲ ଜଳପ୍ରପାତର ଭିତ୍ତିଭୂମି ବିକାଶ କରାଗଲେ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇ ପାରିବ। ଏହାଦ୍ୱାରା ଅଞ୍ଚଳର ମଧ୍ୟ ସମନ୍ବିତ ବିକାଶ ହୋଇପାରିବ। ଉକ୍ତ ସ୍ଥାନରେ ବନୀକରଣ କରାଗଲେ ଏହାର ଶୋଭାବର୍ଦ୍ଧନ ହେବ। ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ବୁଲିବାକୁ ଆସି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିପାରବେ ବୋଲି ସେ ଦର୍ଶାଇଥିଲେ । ତଦନୁଯାୟୀ ଅଧ୍ୟକ୍ଷା ପାତ୍ରଙ୍କ ସମେତ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ ଦାସ, ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ଏହାର କିଭଳି ବିକାଶ କାର୍ଯ୍ୟ କରାଯିବ ତାହା ଦେଖି ଫେରିଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share