Categories: ଖେଳ

ନୂଆ ଇନିଂସ ଆରମ୍ଭ କଲେ ମନୀଷ ପାଣ୍ଡେ

ମୁମ୍ବାଇ,୨।୧୨- ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ସୋମବାର ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅଶ୍ରିତା ଶେଟ୍ଟିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରବିବାର ରାତି ସୁରଟଠାରେ କର୍ନାଟକ ଦଳକୁ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ଜିତାଇ ଥିଲେ। ତାମିଲନାଡୁ ବିପକ୍ଷ ଫାଇନାଲରେ ସେ ଅପରାଜିତ ୬୦ ରନ୍‌ର ଇନିଂସ ଖେଳିଥିଲେ। ରୋମାଞ୍ଚକଭରା ମ୍ୟାଚ୍‌କୁ ୧ ରନ୍‌ରେ ଜିତି କର୍ନାଟକ ଟାଇଟଲ ହାତେଇବା ପରେ ପାଣ୍ଡେ ସିଧା ମୁମ୍ବାଇ ଆସିଥିଲେ। ମୂଳତଃ ଉତ୍ତରାଖଣ୍ଡ ବାସୀନ୍ଦା ମନୀଷ। ସେଠାକର ରିତି ନୀତିରେ ବିବାହ ହୋଇଛନ୍ତି। ତାଙ୍କ ବିବାହ ଅବସର ଫଟୋ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି।

Share