Categories: ବାଣିଜ୍ୟ

ନୂଆ ଓଏଲ୍‌ଇଡି ଉନ୍ମୋଚିତ

ଭୁବନେଶ୍ୱର,୨୧-୯: ପାନାସୋନିକ ପକ୍ଷରୁ ସ୍ଥାନୀୟ ବାପୁଜୀ ନଜରସ୍ଥିତ ପାତ୍ର ଇଲେକଟ୍ରୋନିକ୍ସ ଶୋ’ରୁମଠାରେ ନୂଆ ଓଏଲ୍‌ଇଡ଼ିକୁ ବଜାର ପ୍ରବେଶ କରାଯାଇଛି। ଏହି ଅବସରରେ ପାନାସୋନିକର ଆସୋସିଏଟ ଡାଇରେକ୍ଟର ପି.ଭି. ମୁରାହରି ରାଓ, କମ୍ପାନୀର ଓଡ଼ିଶା, ବିହାର ଏବଂ ଝାଡଖଣ୍ଡ ମୁଖ୍ୟ ସନ୍ତୋଷ ସାମନ୍ତରାଏ, ଓଡିଶା ବାଣିଜ୍ୟ ମୁଖ୍ୟ ଦୁର୍ଗେସ ଶୁକ୍ଳା, ପାତ୍ର ଇଲେକଟ୍ରୋନିକ୍ସ ସତ୍ତ୍ୱାଧିକାରୀ କୈଳାଶ ପାତ୍ର ଉପସ୍ଥିତ ରହି ଏହାର ବଜାର ପ୍ରବେଶ କରିଛନ୍ତି। ଏହି ଆଡଭାନ୍ସ ଫିଚରଯୁକ୍ତ ଟିଭି ହୋଇଥିବା ବେଳେ ଏହା ଗ୍ରାହକଙ୍କ ଦ୍ୱାରା ଆଦୃତି ଲାଭ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share