ନୂଆ ଘରକୁ ସିପ୍ଟ କରିବେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ତାଙ୍କ ଠିକଣା ବଦଳାଇବେ ବୋଲି ଶୁଣିବାକୁ ମିଳିଛି। ପିଲାଦିନୁ ସେ ତାଙ୍କ ପରିବାର ସହ ଗାଲାକ୍ସି ଆପାର୍ଟମେଣ୍ଟରେ ରହୁଥିବା ବେଳେ ଏବେ ସେ ଏକ ନୂଆ ଘରକୁ ସିପ୍ଟ କରିବେ ବୋଲି ଜଣାପଡିଛି। ଯଦିଓ ଏ ସମ୍ପର୍କରେ ସଲମାନ କିଛି କହି ନାହାଁନ୍ତି ତଥାପି ବିଶେଷ ସୂତ୍ରରୁ ଏହି ଖବରଟି ମିଳିଛି। ବାନ୍ଦ୍ରାର ଚିମ୍ବଇ ଅଞ୍ଚଳରେ ସଲମାନ ୨୦୧୧ରେ ୪ହଜାର ସ୍କୋୟାର ଫୁଟ୍‌ର ଏକ ଜାଗା କିଣିଥିବା ବେଳେ ଶୁକ୍ରବାର ସେ ସେଠାକୁ ଯାଇଥିଲେ। ଏବେ ସେହି ଜାଗାରେ ଏକ ୬ ମହଲା ବିଶିଷ୍ଟ ଘର ତିଆରି ହେବ ବୋଲି ସଲମାନଙ୍କ ଅତି ନିକଟ ସମ୍ପର୍କୀୟଙ୍କଠାରୁ ସୂଚନା ମିଳିଛି। ଏହି ଜାଗାଟିକୁ ସଲମାନଙ୍କ ମା’ବାପା କିଣିଥିବା ବେଳେ ଏବେ ଏଠାରେ ଘର ତିଆରି କରି ସଲମାନ ସିପ୍ଟ ହେବେ ବୋଲି ଅନୁମାନ କରାଯାଇଛି। ଏହାକେବେ ହେବ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ସଲମାନ ଯେ ଶୁକ୍ରବାର ସେଠାକୁ ଯାଇ ଜାଗା ଦେଖିଥିଲେ ଏଥିରେ ଦ୍ୱିମତ ହେବାର ନାହିଁ।

Share