ନୂଆ ଚିହ୍ନଟ ୧୪୩ ଆକ୍ରାନ୍ତ ମଧ୍ୟରେ ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ବୁଧବାର ଚିହ୍ନଟ ନୂଆ ୧୪୩ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। କେନ୍ଦ୍ରାପଡ଼ାରୁ ଚିହ୍ନଟ ସମସ୍ତ ୯ କ୍ୱାରାଣ୍ଟାଇନ୍‌ ସେଣ୍ଟରର। ସେଥିରୁ ୫ ଗୁଜରାଟ, ୨ ମହାରାଷ୍ଟ୍ର ଓ ୨ଜଣ ତାମିଲନାଡ଼ୁ ଫେରନ୍ତା। ନୂଆପଡ଼ାର ସମସ୍ତ ୮ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରର। ସମସ୍ତେ ମହାରାଷ୍ଟ୍ର ଫେରନ୍ତା। ସୋନପୁରର ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ କ୍ୱାରାଣ୍ଟାଇନ୍‌ ସେଣ୍ଟରର। ସେଥିରୁ ୩ ଗୁଜରାଟରୁ ଫେରିଥିବା ବେଳେ ୮ ତାମିଲନାଡ଼ୁ ଓ ୩ ତେଲେଙ୍ଗାନାରୁ ଫେରିଥିଲେ। ସେହିଭଳି ୩ ଲୋକାଲ୍‌ କେସ୍‌ ରହିଛି। ନୂତନ ଭାବେ ରାୟଗଡ଼ାରୁ ଚିହ୍ନଟ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା। ସେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ। ଗଞ୍ଜାମରୁ ଆଜି ସର୍ବାଧିକ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୬ କ୍ୱାରାଣ୍ଟାଇନ୍‌ ସେଣ୍ଟରର। ସେଥିରୁ ୧୦ ଗୁଜରାଟ, ୪ ମହାରାଷ୍ଟ୍ର, ୧ ଆନ୍ଧ୍ର ପ୍ରଦେଶ, ୨୧ ଗୁଜରାଟ/ମହାରାଷ୍ଟ୍ର ଫେରନ୍ତା। ୩୬ଜଣଙ୍କୁ ଛାଡ଼ି ଅନ୍ୟମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୩ ଲୋକାଲ କେସ୍‌ ରହିଛି। କଳାହାଣ୍ଡିର ଜଣେ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରର, ଗୁଜରାଟ ଫେରନ୍ତା। ଗଜପତିରୁ ଚିହ୍ନଟ ୪ କ୍ୱାରାଣ୍ଟାଇନ୍‌ କେନ୍ଦ୍ରର, ୨ ତେଲେଙ୍ଗାନା ଫେରନ୍ତା। ସେହିଭଳି ଜଣେ ମହାରାଷ୍ଟ୍ର ଏବଂ ଅନ୍ୟ ଜଣେ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ। ସମ୍ବଲପୁରରୁ ୩ ଚିହ୍ନଟ କ୍ୱାରାଣ୍ଟାଇନ୍‌ କେନ୍ଦ୍ରର। ଜଣେ ଆନ୍ଧ୍ରପ୍ରଦେଶ, ଜଣେ ମହାରାଷ୍ଟ୍ର, ଅନ୍ୟ ଜଣେ ତେଲେଙ୍ଗାନାରୁ ଫେରିଥିଲେ। ସୁନ୍ଦରଗଡ଼ର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ କ୍ୱାରାଣ୍ଟାଇନ୍‌ର, ଜଣେ ମହାରାଷ୍ଟ୍ର, ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା। ଅନ୍ୟ ୨ଟି ଲୋକାଲ କେସ୍‌। ଖୋର୍ଦ୍ଧାର ୩ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ର, ୨ ସୁରଟ, ଜଣେ ଦିଲ୍ଲୀ ଫେରନ୍ତା। ମୟୂରଭଞ୍ଜର ୮ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ର, ୬ ମହାରାଷ୍ଟ୍ର ଫେରନ୍ତା। ଜଣେ ତେଲେଙ୍ଗାନା ଓ ଅନ୍ୟ ଜଣେ ଦିଲ୍ଲୀ ଫେରନ୍ତା। ଦେବଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ, ସେ ତାମିଲନାଡ଼ୁରୁ ଫେରିଥିଲେ। ଅନୁଗୋଳରୁ ଚିହ୍ନଟ ୩ ଆକ୍ରାନ୍ତ, ୨ ମହାରାଷ୍ଟ୍ର, ୧ କର୍ଣ୍ଣାଟକ ଫେରନ୍ତା। ବାଲେଶ୍ୱରରୁ ଚିହ୍ନଟ ୨୪ ଆକ୍ରାନ୍ତ ମଧ୍ୟରୁ ୨୩ କ୍ୱାରାଣ୍ଟାଇନ୍‌ ସେଣ୍ଟରର, ଜଣେ ଲୋକାଲ। ଭଦ୍ରକର ୩ ଆକ୍ରାନ୍ତ ମଧ୍ୟରୁ ଜଣେ ତାମିଲନାଡ଼ୁ, ଜଣେ ମହାରାଷ୍ଟ୍ର, ଜଣେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀରର ୧୩, କେନ୍ଦ୍ରାପଡ଼ାର ୯, ନୂଆପଡ଼ାର ୮, ସୋନପୁରର ୧୭, ଗଞ୍ଜାମର ୪୧, ଖୋର୍ଦ୍ଧାର ୩, ମୟୂରଭଞ୍ଜର ୮, ଦେବଗଡ଼ର ୧, ଅନୁଗୋଳ ୩, ବାଲେଶ୍ୱର ୨୪, ଭଦ୍ରକର ୩, କଳାହାଣ୍ଡିର ୧, ଗଜପତିର ୪, ସମ୍ବଲପୁରର ୩, ସୁନ୍ଦରଗଡ଼ର ୪ କେସ୍‌ ରହିଛି। ଏହାକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି ପାଇଛି।

Share