ନୂଆ ଜର୍ସିରେ ବିରାଟ ବାହିନୀ

ବର୍ମିଂହାମ,୨୯।୬- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଦଳର ଅନ୍ୟ ସଦସ୍ୟମାନେ ପ୍ରଥମ ଥର ଲାଗି ନୂଆ ଜର୍ସି ପରିଧାନ କରିଛନ୍ତି। ରବିବାର ଏଠାରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳ କମଳା ଓ ନୀଳ ରଙ୍ଗର ଜର୍ସି ପରିଧାନ କରିବ। ଆଇସିସି ବିଶ୍ୱକପ୍‌ର ଅଫିସିଆଲ ଟୁଇଟର ଆକାଉଣ୍ଟରୁ ନୂଆ ଜର୍ସି ପିନ୍ଧିଥିବା ଭାରତୀୟ ଦଳର ଅଧିନାୟକ କୋହଲି, ଭେଟେରାନ ଧୋନୀ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ ଶେୟାର କରାଯାଇଛି। ଉଲ୍ଲେଖଥାଉ କି, ନୂଆ ନିୟମ ଅନୁଯାୟୀ ସମାନ ରଙ୍ଗର ଜର୍ସି ପିନ୍ଧି ଦୁଇ ଦଳ ଆଇସିସି ଇଭେଣ୍ଟର କୌଣସି ମ୍ୟାଚ୍‌ରେ ଖେଳିପାରିବେ ନାହିଁ। କେବଳ ଆୟୋଜକ ଦଳ ଇଂଲଣ୍ଡକୁ ତା’ର ପାରମ୍ପରିକ ନୀଳ ରଙ୍ଗର ଜର୍ସି ପରିଧାନ କରିବାକୁ ଅଧିକାର ଦିଆଯାଇଛି। ଏଣୁ ଭାରତୀୟ ଦଳକୁ ତା’ର ବିକଳ୍ପ ଜର୍ସି ବ୍ୟବହାର କରିବାକୁ ପଡ଼ିଛି।

Share