Posted inଖେଳ

ନୂଆ ଟେନିସ ତାରକା ସୁମିତ୍‌ ନାଗାଲ

ନୂଆଦିଲ୍ଳୀ, ୨୮।୮(ପି.ଟି.)- ଯୁବ ଟେନିସ୍‌ ତାରକା ସୁମିତ ନାଗାଲ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନରେ ପଦାର୍ପଣ କରିବା ସହ ସେ ଇତିହାସ ସୃଷ୍ଟି କରିଛନ୍ତି। ମାତ୍ର ୨୨ ବର୍ଷ ବୟସରେ ସେ ଭାରତର ସର୍ବକନିଷ୍ଠ ଖେଳାଳିଭାବେ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଡେବ୍ୟୁ କରିଛନ୍ତି। ୨୫ ବର୍ଷ ମଧ୍ୟରେ ସେ ସର୍ବ କନିଷ୍ଠ ଭାରତୀୟ ଖେଳାଳିଭାବେ ଗ୍ରାଣ୍ଡସ୍ଲାମ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱ ର଼୍ୟାଙ୍କିଙ୍ଗର ୧୯୦ତମ ସ୍ଥାନରେ ଥିବା ନାଗାଲ ଚଳିତ ୟୁଏସ୍‌ ଓପନ୍‌ରେ ସୁଇଜରଲାଣ୍ଡର ଅଭିଜ୍ଞ ଖେଳାଳି ରୋଜର ଫେଡରରଙ୍କୁ ଭେଟିଥିଲେ। ବିଶ୍ୱର ଅନ୍ୟତମ ସର୍ବ କାଳୀନ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହେଉଥିବା ଫେଡରରଙ୍କ ବିପକ୍ଷରେ ପ୍ରଥମ ସେଟ୍‌ରେ ବିଜୟୀ ହୋଇଥିଲେ। ସୋମବାର ଆର୍ଥର ଆଶେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଅବଶ୍ୟ ପରେ ପ୍ରତ୍ୟାବର୍ତ୍ତନ କରି ଫେଡରର ବାକି ୩ଟି ସେଟ୍‌ରେ ବାଜି ମାରି ବିଜୟୀ ହେବା ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ବିଶ୍ୱର ୩ ନମ୍ବର ଖେଳାଳି ଫେଡରର ପୂର୍ବରୁ ୫ଥର ୟୁଏସ୍‌ ଓପନ ଟାଇଟଲ ହାସଲ କରିଛନ୍ତି। ପ୍ରଥମ ସେଟରେ ସେ ନାଗାଲଙ୍କଠାରୁ ଅପ୍ରତ୍ୟାଶିତ ଭାବେ ଚକ୍‌ମା ଖାଇଥିଲେ। ପରେ ଅବଶ୍ୟ ସେ ତ୍ରୁଟି ସୁଧାରିବାକୁ ସକ୍ଷମ ହୋଇଥିଲେ। ତେବେ ହରିୟାଣାର ଝାଜର ଜନ୍ମିତ ନାଗାଲ ଏଥି ସହିତ ପ୍ରଥମ ଭାରତୀୟ ଭାବେ ଫେଡରରଙ୍କ ବିପକ୍ଷରେ କୌଣସି ସେଟ୍‌ ଜିତି ବିରଳ ସଫଳତା ହାସଲ କରିଛନ୍ତି। ୫ ଫୁଟ ୧୦ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ନାଗାଲ ବର୍ଷ ଆରମ୍ଭରେ ବିଶ୍ୱ ର଼୍ୟାଙ୍ଗିଙ୍ଗର ଟପ୍‌ ୩୫୦ ବାହାରେ ଥିଲେ। ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ଫେଡରରଙ୍କୁ ପ୍ରଥମ ସେଟ୍‌ରେ ପରାସ୍ତ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଫେଡରର ୪-୬, ୬-୧, ୬-୨, ୬-୪ ସେଟ୍‌ରେ ବିଜୟୀ ହୋଇଥିଲେ। ଫେଡରରଙ୍କ ବିପକ୍ଷରେ ନାଗାଲ ୧୩ଟି ଗେମ୍‌ରେ ବାଜି ମାରିଥିଲେ। ଗତ ୨୦ ବର୍ଷ ମଧ୍ୟରେ ନାଡ଼ାଲ ଚତୁର୍ଥ ଭାରତୀୟ ଖେଳାଳିଭାବେ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଗୋଟିଏ ସେଟ୍‌ରେ ବିଜୟୀ ହୋଇଛନ୍ତି।
କାନ୍ଧ ଆଘାତ ସମସ୍ୟାରୁ ମୁକୁଳି ନାଗାଲ ଜର୍ମାନୀର ପେନ୍‌କୁ ସ୍ଥାନାନ୍ତର ହୋଇଥିଲେ ଓ ସେଠାରେ ସେ ଜଣାଶୁଣା ଫିଟ୍‌ନେସ୍‌ ଟ୍ରେନର ସାଶା ନେନ୍‌ସେଲ ଓ ମିଲୋସ ଗାଲେକିକ୍‌ଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ। ଏପ୍ରିଲରୁ ଜୁନ୍‌ ମଧ୍ୟରେ ସେ ଚ୍ୟାଲେଞ୍ଜର ସର୍କିଟରେ ୮ଟି ଟୁର୍ନାମେଣ୍ଟ ଖେଳିଥିଲେ। ଏଥିମଧ୍ୟରୁ ସେ ୫ଟିରେ ସେମିଫାଇନାଲ ଓ ଗୋଟିଏ ଟୁର୍ନାମେଣ୍ଟରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ଏହି ୬ଟି ଟୁର୍ନାମେଣ୍ଟରେ ଦମ୍‌ଦାର ପ୍ରଦର୍ଶନ କରି ସେ ୧୭୦ ପଏଣ୍ଟ ହାସଲ କରିଥିଲେ ଓ ପ୍ରଥମଥର ପାଇଁ କ୍ୟାରିୟରରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୨୦୦ରେ ସ୍ଥାନ ହାସଲ କରିଥିଲେ। ସାରା ୟୁରୋପ୍‌ରେ ସେ ଚ୍ୟାଲେଞ୍ଜର ଲିଭେଲ ଟୁର୍ନାମେଣ୍ଟ କ୍ରମାଗତ ଭାବେ ଖେଳି ସଫଳ ହୋଇଥିଲେ। ଏହା ହିଁ ତାଙ୍କ ସଫଳତାର ମୁଖ୍ୟ କାରଣ ବୋଲି କୁହାଯାଇ ପାରେ। ଆଗକୁ ସେ ଭଲ ଖେଳି ଏକାଧିକ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖୁଛନ୍ତି। ଭବିଷ୍ୟତରେ ସେ ଜଣେ ଭଲ ଟେନିସ ଖେଳାଳି ହୋଇବାହାରିବେ । ଭାରତୀୟ ଟେନିସ୍‌ରେ ଏକାଧିକ ସମସ୍ୟା ରହିଛି। ଟେନିସ୍‌ର ଲୋକପ୍ରିୟତା ଓ ଭିତ୍ତିଭୂମି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତ ବହୁ ପଛରେ ରହିଛି। ତେବେ ଏହାକୁ ପଛରେ ପକାଇ ନାଗାଲ ଭଳି ଖେଳାଳି ସୃଷ୍ଟି ହେବା ଏକ ବଡ଼ କଥା ବୋଲି କୁହାଯାଇ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri