Categories: ବାଣିଜ୍ୟ

ନୂଆ ଟୟୋଟା ୟାରିସ୍‌, ଗ୍ଲାଞ୍ଜାର ଗ୍ରାଣ୍ଡ ପ୍ରିମିୟର

ଭୁବନେଶ୍ୱର,୨୨-୯: ଟୟୋଟା କିର୍ଲୋସ୍କାର ମୋଟର୍ସ ଲିମିଟେଡର ଅଧିକୃତ ବିକ୍ରେତା ଏସ୍ପିରିଟ ଟୟୋଟା ଶୋ’ରୁମ ପକ୍ଷରୁ ନୂଆ ୟାରିସ ଏବଂ ଗ୍ଲାଞ୍ଜା ମଡେଲର ଗ୍ରାଣ୍ଡ ପ୍ରିମିୟର କାର୍ଯ୍ୟକ୍ରମ ସ୍ଥାନୀୟ ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ ଶନିବାର ଆରମ୍ଭ ହୋଇଛି। ନୂଆ ମଡେଲଗୁଡିକୁ ଗ୍ରାହକଙ୍କ ଲାଗି ୨ ଦିନ ଲାଗି ପ୍ରଦର୍ଶନ କରାଯାଉଛି। ଏହି ଦୁଇ ଯାନ ସମ୍ପର୍କରେ ଗ୍ରାହକଙ୍କ ଜଣାଇବା ଲାଗି ଏଭଳି ଏକ କାର୍ଯ୍ୟକ୍ରମ ଶୋ’ରୁମ ପକ୍ଷରୁ ହାତକୁ ନିଆଯାଇଛି। ଏଠାରେ ଶୋ’ରୁମ ପକ୍ଷରୁ ଗ୍ରାହକଙ୍କ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯାନ ସମ୍ପର୍କରେ ସୂଚନା ପ୍ରଦାନ ତଥା ଅନ୍ୟାନ୍ୟ ବାଣିଜି୍ୟକ ଇନକ୍ୱାରୀ ନେବା ଲାଗି ଅଭିଜ୍ଞ ଟିମ୍‌ ଏଠାରେ ରହିଛନ୍ତି।
କମ୍ପାନୀର ୟାରିସ୍‌ ମଡେଲର ବଜାର ଦର ୮.୬୫ ଲକ୍ଷ ଟଙ୍କା ଥିବା ବେଳେ ଗ୍ଲାଞ୍ଜାର ମୂଲ୍ୟ ୭.୨୮ ଲକ୍ଷ ଟଙ୍କା ରହିଛି। ୟାରିସ ମଡେଲ୍‌ ଡୁଆଲ ଟୋନ ପଏଣ୍ଟ ସ୍କିମ ସହ ଆସୁଛି। ଗ୍ରାହକମାନେ ଏଥିରେ ୩ ଅତିରିକ୍ତ ଟ୍ରିମ୍‌ ଲାଭ କରିପାରିବେ। ୧.୫ ଲିଟରର ପେଟ୍ରୋଲ ଇଞ୍ଜିନ ବିକଳ୍ପରେ ଆସିଥିବା ଏହି ଯାନରେ କମ୍ପାନୀ ୩ ବର୍ଷର ଓ୍ବାରେଣ୍ଟି ପ୍ରଦାନ କରୁଛି। ଏହାବାଦ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ, ୨ ଭାରିଆଣ୍ଟ ସହ ନୂଆ ଗ୍ଲାଞ୍ଜାରେ ଗ୍ରାହକମାନେ ମାନୁଆଲ ଏବଂ ସିଭିଟି ଟ୍ରାନ୍ସମିଶନ ବିକଳ୍ପ ପାଇବେ। ଏଥିରେ ଟଚ୍‌ ସ୍କ୍ରିନ ଅଡିଓ, ଆଣ୍ଡ୍ରଏଡ ଅଟୋ ଆପଲ କାର ପ୍ଲେ ଆପ୍‌ କମ୍ପାନୀ ସ୍ଥାନିତ କରିଛି। ୩ ବର୍ଷର ଓ୍ବାରେଣ୍ଟି ସହ ଏହା ଆସୁଥିବା ବେଳେ ଏହାକୁ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ। କାର୍ଯ୍ୟକ୍ରମ ଅବସରରେ ଏସ୍ପିରିଟ ଟୟୋଟାର ସେଲ୍‌ସ ବିଭାଗ ଜେନେରାଲ ମ୍ୟାନେଜର ସତୀର୍ଥ ନାୟକ, ସେଲ୍‌ସ ମ୍ୟାନେଜର ସରୋଜ କୁମାର, ମାର୍କେଟିଂ ମ୍ୟାନେଜର ହରିଚରଣ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ।

Share