ନୂଆ ନିୟମ ମାନିବାକୁ କୁନ୍ଥୁକୁନ୍ଥୁ: ରାଜ୍ୟରେ ବଢ଼ିଚାଲିଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ସେପ୍ଟେମ୍ବର ୧ ତାରିଖରୁ ସମଗ୍ର ଦେଶରେ ମୋଟର ଯାନ(ସଂଶୋଧିତ) ଆଇନ-୨୦୧୯ ଲାଗୁ କରାଯାଇଛି। ବେଆଇନଗାଡ଼ି ଚାଳକଙ୍କ ଉପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଜରିମାନା ରାଶି ବହୁଗୁଣା ବୃଦ୍ଧି କରି ସଡ଼କ ଦୁର୍ଘଟଣାକୁ ରୋକିବାକୁ କେନ୍ଦ୍ର ସରକାର ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାରଗୁଡିକ ସେ ସବୁକୁ ପାଳନ କରିବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି। ଓଡ଼ିଶାରେ ଯଦିଓ ଏହି ଆଇନ ସେପ୍ଟେମ୍ବର ପହିଲାରୁ ଲାଗୁ କରାଯାଇଛି, ତେବେ ଜନ ଆକ୍ରୋଶ ଦେଖି ରାଜ୍ୟ ସରକାର ଗାଡିର ଆନୁଷଙ୍ଗିକ କାଗଜପତ୍ର ପ୍ରସ୍ତୁତ କରିବା ସକାଶେ ୩ ମାସ ପାଇଁ କୋହଳ କରିଛନ୍ତି। ଏହି ଘୋଷଣା ପରେ ରାସ୍ତାଘାଟରେ ପୁଣି ବେଆଇନ ଗାଡି ମାଳମାଳ ଗଡିବା ଆରମ୍ଭ କରିଛି। ଏହା ଲୋକମାନଙ୍କ ଜୀବନକୁ ପୁଣି ବିପଦରେ ପକାଇଛି।
ସଡ଼କ ସୁରକ୍ଷା ସମସ୍ତଙ୍କ ପାଇଁ ଏକ ଆହ୍ବାନ ପାଲଟିଛି। ସଡ଼କ ଦୁର୍ଘଟଣାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ପ୍ରତିବର୍ଷ ଦୁର୍ଘଟଣା ହାର ବଢ଼ି ବଢ଼ିି ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୪୩ ହଜାର ୩୧୨ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ୫୭ ହଜାର ୬୮୪ ଜଣ ଗୁରୁତର ଆହତ ହୋଇଛନ୍ତି। ସାରା ଦେଶରେ ପ୍ରତି ୧୦୦ ଦୁର୍ଘଟଣାରେ ୨୯ ଜଣ ଜୀବନ ହରାଉଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ରହିଛି ୪୪। ଓଡ଼ିଶାରେ ୨୦୧୪ରେ ୩୯୩୧ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ୨୦୧୫ରେ ୪୩୦୩, ୨୦୧୬ରେ ୪୪୬୩ ଏବଂ ୨୦୧୭ରେ ୪୭୯୦ ଏବଂ ୨୦୧୮ରେ ୫୨୩୭ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଜାତୀୟସ୍ତରରେ ୨୦୧୭ରେ ଦୁର୍ଘଟଣାଜନିତ ମୃତ୍ୟୁ ୩ ପ୍ରତିଶତ କମ୍‌ ହୋଇଥିବା ବେଳେ ଏହି ସମୟରେ ରାଜ୍ୟରେ ୭.୩ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୨୦୧୮ରେ ଏହା ୮.୩୪ ପ୍ରତିଶତକୁ ଟପିଯାଇଛି।
ଦୁର୍ଘଟଣା ହାର ହ୍ରାସ କରିବା ପାଇଁ ସୁପ୍ରିମ୍‌କୋର୍ଟ ୨୦୧୪ରେ ଅବସରପ୍ରାପ୍ତ ବିଚାରପତି ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ୨୦୨୦ ସୁଦ୍ଧା ଦୁର୍ଘଟଣା ହାର ୫୦ ପ୍ରତିଶତ ହ୍ରାସ କରିବା ପାଇଁ ଏହି କମିଟି ଗୁରୁତ୍ୱାରୋପ କରୁଥିବା ବେଳେ ଓଡ଼ିଶାରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି। ଯଦିଓ ଦୁର୍ଘଟଣା ହାର ପ୍ରତିବର୍ଷ ୧୦ ପ୍ରତିଶତ ହ୍ରାସ କରିବାକୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି ତେବେ ଏଥିରେ କୌଣସି ସୁଧାର ଆସୁ ନାହିଁ।
ସୁପ୍ରିମ୍‌କୋର୍ଟ କମିଟି ୨୦୧୮ ଜୁଲାଇ ୧୦ରେ ରାଜ୍ୟରେ ଦୁର୍ଘଟଣା ସ୍ଥିତି ସମ୍ପର୍କରେ ରାଜ୍ୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। କମିଟି ଅସନ୍ତୋଷ ବ୍ୟକ୍ତ କରିବା ସହ କିପରି ଦୁର୍ଘଟଣା ହାର ହ୍ରାସ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏ ଦିଗରେ ସେଭଳି କିଛି ପଦକ୍ଷେପ ନିଆଯାଇ ପାରୁ ନାହିଁ। ନୂତନ ମୋଟର ଯାନ ଆଇନ କାର୍ଯ୍ୟକାରୀ କରାଯାଇଥିବାରୁ ଦୁର୍ଘଟଣା ହାର ହ୍ରାସ ପାଇବା ସମ୍ଭାବନା ଦେଖାଦେଇଛି। ତେବେ ଜରିମାନାକୁ କୋହଳ କରାଗଲେ ସଡ଼କ ଉପରେ ପୁଣି ବହୁ ସଂଖ୍ୟାରେ ବେଆଇନ ଗାଡି ଗଡିବ। ଯାହା ଲୋକଙ୍କ ଜୀବନକୁ ବିପଦମୁଖୀ କରିବ ବୋଲି ସଡ଼କ ସୁରକ୍ଷା ସଂଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

ସମ୍ବଲପୁର, ୨୮ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରୀ ଗ୍ରାମରେ ୨୦୨୦ ନଭେମ୍ବର ୮ ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାର ରାୟ...

ନର୍ସିଂ ଆନ୍ଦୋଳନକୁ ନେଇ ବଡ଼ ଖବର, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୮।୯: ୪ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଶନିବାର ନର୍ସିଂ କର୍ମଚାରୀଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଲୋଚନା କରିଛନ୍ତି। ସରକାର ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର...

ମୋହନ ସରକାରଙ୍କ ବଡ଼ ଘୋଷଣା, ବଢିଲା ଅବଧି…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୁଳ ରାମପୁର,୨୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡିରେ ପୁଣି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି...

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ଗୋପାଳକ ଓ ଦୁଗ୍ଧଚାଷୀଙ୍କୁ ମିଳିବ…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଆର୍‌ଏସ୍‌ପିରେ ବଡ଼ ଧରଣର ବିସ୍ଫୋରଣ

ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଷ୍ଟିଲ୍‌ ମେଲ୍‌ଟିଂ ଶପ୍‌ (ଏସ୍‌ଏମ୍‌ଏସ୍‌)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ...

ଭଦ୍ରକ ତୁମୁଳକାଣ୍ଡର ୭ ଅଭିଯୁକ୍ତ ଗିରଫ: ଏସ୍‌ପି କହିଲେ…

ଭଦ୍ରକ,୨୮।୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼...

ଭାଜପାର ମାଷ୍ଟର ଗେମ୍‌: ପାର୍ବଣରେ ନୂଆ ପ୍ଲାନ୍‌, ହାତେଇ ନେବକି…

ଭୁବନେଶ୍ୱର,୨୮।୯: ଧରାପୃଷ୍ଠକୁ ଆସୁଛନ୍ତି ମା’ ଜଗତଜନନୀ ଦୁର୍ଗା। ଏନେଇ ଚଳଚଞ୍ଚଳ ହୋଇଉଠୁଛି ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ଭାଜପା ଏକ ବଡ଼ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri