Categories: Video

ନୂଆ ନିୟମ ସହ ଲକଡାଉନ୍ ୪.୦

ଆମେ ସମସ୍ତେ ଜାଣିଛନ୍ତି କରୋନା ମହାମାରୀର କାୟା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଯେମିତି ରୋକ ଲାଗୁନି । ଅନ୍ୟପଟେ ସାରା ଦେଶରେ ଏବେ ଲକଡାଉନ୍ ୩.୦ ବା ଲକଡାଉନର ତୃତୀୟ ପର୍ଯ୍ୟାୟ ଚାଲିଛି । ଯାହା ମେ ୧୭ ପର୍ଯ୍ୟନ୍ତ ଜାରି ରହିବ । ଏହାପରେ କଣ ହେବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ । ତେବେ କହି ରଖୁଛୁ ହଁ ଲକଡାଉନ୍ ୩.୦ ପରେ ୪.୦ ଆସିବ । ଏହାର ସଙ୍କେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମଙ୍ଗଳବାର ଦେଇସାରିଛନ୍ତି । ଯେଉଁଥିରେ ସେ କହିଛନ୍ତି କରୋନା ଆମ ଜୀବନ ସହ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ ।