Categories: ଜାତୀୟ

ନୂଆ ନିୟମ: ଗାଡ଼ିଠାରୁ ମହଙ୍ଗା ହେଲା ଜରିମାନା

ଗୁରୁଗ୍ରାମ,୪।୯: ସେପ୍ଟେମ୍ବର ୧ରୁ ଦେଶରେ ନୂଆ ମୋଟର ଯାନ ସଂଶୋଧନ ଆଇନ ଲାଗୁ ହୋଇଛି। ଫଳରେ ଟ୍ରାଫିକ୍‌ ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ପୂର୍ବ ତୁଳନାରେ ୧୦ ଗୁଣା ଅଧିକ ଜରିମାନା ଦେବାକୁ ପଡୁଛି। ଏହି ନିୟମ ଅନୁସାରେ, ଗୁରୁଗ୍ରାମର ଜଣେ ସ୍କୁଟର ଚାଳକଙ୍କୁ ୨୩ ହଜାର ଟଙ୍କା ଜରିମାନା ଲାଗୁ କରିଛି ପୋଲିସ। ଦିନେଶ ମଦନ ନାମକ ଏହି ସ୍କୁଟର ଚାଳକଙ୍କ ନାମରେ ବହୁ ଅଭିଯୋଗ ଆସିଛି। ତାଙ୍କର ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ପ୍ରମାଣପତ୍ର, ଇନ୍ସ୍ୟୁରାନ୍ସ, ପ୍ରଦୂଷଣ ପ୍ରମାଣପତ୍ର ନ ଥିଲା। ଏପରିକି ସେ ବିନା ହେଲମେଟରେ ଗାଡି ଚଲାଉଥିଲେ। ଫଳରେ ପୋଲିସ ତାଙ୍କ ଉପରେ ୨୩ ହଜାର ଟଙ୍କା ଜରିମାନା ଲଗାଇଥିଲା। କିନ୍ତୁ ସ୍କୁଟି ଏବେ ବିକିଲେ ମାତ୍ର ୧୫ ହଜାର ଟଙ୍କା ହେବ, ମୁଁ ଏତେ ଜରିମାନା ଦେଇପାରିବି ନାହିଁ ବୋଲି ଦିନେଶ ପୋଲିସକୁ କହିଥିଲେ। ଶେଷରେ ଟ୍ରାଫିକ ପୋଲିସ ଏହି ସ୍କୁଟରକୁ ଜବତ କରିଥିବା ଜଣାପଡିଛି।
ଡ୍ରାଇଭିଂ ଲାଇସେନ୍ସ- ୫,୦୦୦ ଟଙ୍କା
ରେଜିଷ୍ଟ୍ରେସନ ପ୍ରମାଣପତ୍ର- ୫,୦୦୦ ଟଙ୍କା
ଇନ୍ସ୍ୟୁରାନ୍ସ୍ସ- ୨,୦୦୦ ଟଙ୍କା
ପ୍ରଦୂଷଣ ପ୍ରମାଣପତ୍ର-୧୦,୦୦୦ ଟଙ୍କା
ବିନା ହେଲମେଟରେ ଡ୍ରାଇଭିଂ- ୧,୦୦୦ ଟଙ୍କା
ମୋଟ ଜରିମାନା- ୨୩,୦୦୦ ଟଙ୍କା

Share