Categories: ବାଣିଜ୍ୟ

ନୂଆ ପୁଞ୍ଜି ପ୍ରତ୍ୟାହାର ଧାରାକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୬-୧୦: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ପୁଞ୍ଜି ପ୍ରତ୍ୟାହାରକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ ନୂଆ ଷ୍ଟ୍ରାଟେଜିକ ଧାରାକୁ ମଞ୍ଜୁରୀ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କମ୍ପାନୀଗୁଡିକର ଷ୍ଟ୍ରାଟେଜିକ ସେଲ୍‌ ଲାଗି ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ(ଦିପମ) ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଅଂଶଧନ ବିକ୍ରି ପ୍ରକ୍ରିୟାରେ ଆସୁଥିବା ବିଭିନ୍ନ ପ୍ରଶାସନିକ ଜଟିଳାତାକୁ ନଜରରେ ରଖି ଏଭଳି ସଂଶୋଧନ କରାଯାଇଥିବା ଅଧିକାରୀ ଜଣକ କହିଛନ୍ତି। ପୁଞ୍ଜି ପ୍ରତ୍ୟାହାର ଲାଗି ଦୀପକ ସଚିବ ଏବେ ଆନ୍ତଃ ମନ୍ତ୍ରୀ ସ୍ତରୀୟ ଗ୍ରୁପର ସହ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।

Share