ମୁମ୍ବାଇ,୬-୧୨: କେନ୍ଦ୍ରୀୟ ବ୍ୟାଙ୍କ ନୂଆ ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (ପିପିଆଇ) ଲାଗୁ କରିବାକୁ ପ୍ରସ୍ତାବ ଦେଇଛି। ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ଏଭଳି ପ୍ରିପେଡ କାର୍ଡ ବ୍ୟବହାର କରାଯାଇ ପାରିବ। ଡିଜିଟାଲ ପେପେଣ୍ଟ ପ୍ରୋତ୍ସାହନ ଦିଗରେ ପିପିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହା ଲାଗୁ ହେଲେ ଡିଜିଟାଲ ନେଣଦେଣ ଧାରା ତ୍ୱରାନ୍ବିତ ହେବ ବୋଲି ଆର୍ବିଆଇ କହିଛି।