Categories: ଫୁରସତ

ନୂଆ ବର୍ଷକୁ ନେଇ କିଛି ଅଜବ ପ୍ରଥା

* ଶ୍ରୀଲଙ୍କାରେ ଏହି ଦିନ ପ୍ରତିଘରେ ମାଟିପାତ୍ରରେ କ୍ଷୀର ଫୁଟେଇବାର ପ୍ରଥା ରହିଛି। ଏହାବ୍ୟତୀତ ଏହି ଅବସରରେ ଚାଉଳ ଏବଂ ନଡିଆ ତେଲରେ ଏକ ପ୍ରକାର ପାରମ୍ପରିକ ମିଠା ପ୍ରସ୍ତୁତ କରାଯାଇଥାଏ।

* ଭିଏତନାମରେ ଏହି ଦିନ ବଡମାନେ ଘରର ସାନପିଲାଙ୍କୁ ନାଲି ଲଫାପାରେ କିଛି ଟଙ୍କା ରଖି ଉପହାର ଦେଇଥାନ୍ତି।

* ମ୍ୟାନମାରରେ ୪ ଦିନ ବ୍ୟାପୀ ପାଳନ କରାଯାଉଥିବା ଏହି ଉତ୍ସବରେ ଲୋକେ ପାଣିର ବିଭିନ୍ନ ଖେଳ ଖେଳିଥାନ୍ତି।

*ମଙ୍ଗୋଲିଆରେ ଏହି ଦିନ ଲୋକେ ପୁରୁଣା କରଜକୁ ଶୁଝିଥାନ୍ତି। ଏହିଦିନ ଲୋକେ ପରସ୍ପରକୁ ରେଶମ ସ୍କାର୍ପ ଦେବାର ପ୍ରଥା ରହିଛି।

* କାମ୍ବୋଡିଆରେ ଏହି ଦିନକୁ ବିଶୋଧନ ଉତ୍ସବ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ଲୋକେ ମନ୍ଦିର ଯିବା ସହ ପରିବାର ସଦସ୍ୟଙ୍କ ସହିତ ପାରମ୍ପରିକ ଖେଳ ଖେଳିବାର ପ୍ରଥା ରହିଛି।

* ଚାଇନାରେ ଏହି ଅବସରରେ ଚାଉଳରେ ଏକ ପ୍ରକାର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ ଏବଂ ଲୋକେ ଡ୍ରାଗନ୍‌ ନୃତ୍ୟର ମଜା ନେଇଥାନ୍ତି।

* ଇଥିଓପିଆରେ ଏହି ଦିନ ମହିଳାମାନେ ପରସ୍ପରକୁ ହଳଦିଆ ରଙ୍ଗର ଫୁଲତୋଡା ଦେଇ ଅଭିନନ୍ଦନ ଜଣେଇଥାନ୍ତି।

* ସିରିଆ ଏବଂ ତୁର୍କୀରେ ଏହି ଦିନ ମହିଳାମାନେ ଫୁଲ ଏବଂ ଚେରମୂଳି ସଂଗ୍ରହ କରିବାର ପ୍ରଥା ରହିଛି।

* ରୁଷିଆରେ ଏହି ଦିନ ଡେଡ୍‌ ମୋରୋଜ ନାମକ ଜଣେ ବୃଦ୍ଧ ତାଙ୍କ ନାତୁଣୀଙ୍କ ସହ ରାତିରେ ଆସି ପିଲାମାନଙ୍କ ପାଇଁ ଉପହାର ଦେଇଯା’ନ୍ତି ବୋଲି ବିଶ୍ୱାସ ରହିଛି।

Share