ନୂଆ ବାଇକ୍‌ କିଣିବାକୁ ଯାଇଥିଲେ ଅଜା ନାତି , ଶୋ’ରୁମ୍‌ ଆଗରୁ ଦେଢ଼ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଜଳେଶ୍ୱର,୩୦।୧୨(ଡି.ଏନ୍‌.ଏ.): ଅଜା ନାତି ନୂଆ ବାଇକ କିଣିବାକୁ ଶୋ’ରୁମକୁ ଯାଇଥିଲେ। ବାଇକ ଦେଖୁଥିବା ବେଳେ ଗାଡି ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଞ୍ଚଳରେ ।
ସୂଚନାଯୋଗ୍ୟ ଯେ, ବାଲିବିଲ ଗ୍ରାମର ପ୍ରାଣକୃଷ୍ଣ ପରିଡ଼ା ଓ ଜଗବନ୍ଧୁ ଜେନା ସମ୍ପର୍କରେ ଉଭୟ ଅଜା ନାତି, ବୁଧବାର ଅପରାହ୍ନ ସମୟରେ ପାରୁଳିଆ ଛକରେ ଥିବା ଶୋ’ରୁମ କୁ ନୂଆ ବାଇକ କିଣିବାକୁ ଆଯାଇଥିଲେ। ଶୋ’ରୁମରେ ଗାଡି ଦେଖୁଥିବା ବେଳେ କେହି ଦୁର୍ବୃତ୍ତ ବାଇକ ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏ ନେଇ ଜଗବନ୍ଧୁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କିରିଥିବା ବେଳେ ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି ।