ନୂଆ ବିମାନ ସେବା ପାଇଁ ବୁକିଂ ଆରମ୍ଭ କଲା ଏୟାର ଏସିଆ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଏୟାର ଏସିଆ ଭୁବନେଶ୍ୱରରୁ ବେଙ୍ଗାଲୁରୁ, କଲିକତା ଓ ହାଇଦ୍ରାବାଦକୁ ନୂଆ ବିମାନ ଉଡ଼ାଇବ। ଆସନ୍ତା ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଏହି ସେବା ପାଇଁ ବୁକିଂ ଆରମ୍ଭ ହୋଇଛି। ଦୈନିକ ବେଙ୍ଗୁଲୁରୁକୁ ୩, କଲିକତାକୁ ୨ ଓ ହାଇଦ୍ରାବାଦକୁ ଗୋଟିଏ ନୂଆ ବିମାନ ଉଡ଼ାଣ କରିବ। ସେହିଭଳି ଆସନ୍ତା ୨୮ତାରିଖ ମଧ୍ୟରେ ଭୁବନେଶ୍ୱରରୁ ଆଉକିଛି ନୂଆ ବିମାନ ଉଡାଣ କରିବା ପାଇଁ ଏୟାର ଏସିଆ ଚିନ୍ତା କରୁଥିବା ସୂଚନା ମିଳିଛି।

Share