ନୂଆ ଭୂମିକାରେ ନଜର ଆସିବେ ଜରିନ

ମୁମ୍ବାଇ: ‘ହାଉସଫୁଲ-୨’, ‘ହେଟ୍‌ଷ୍ଟୋରୀ-୩’ ଭଳି ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଜରିନ ଖାନ୍‌। ତେବେ ତାଙ୍କର ଅପ୍‌କମିଂ ଫିଲ୍ମରେ ତାଙ୍କୁ ସଂପୂର୍ଣ୍ଣ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଆଗକୁ ତାଙ୍କର ମୁଭି ‘ହମ୍‌ ଭି ଅକେଲେ ତୁମ୍‌ ଭି ଅକେଲେ’ ଆସିବାକୁ ଯାଉଛି। ଏଥିରେ ସେ ସମଲିଙ୍ଗୀ ଭୂମିକାରେ ନଜର ଆସିବେ। ଫିଲ୍ମର କାହାଣୀ ଏକ ରୋଡ୍‌ ଟ୍ରିପ୍‌ରେ ଯାଇଥିବା ଜଣେ ସମଲିଙ୍ଗୀ ଯୁବକ ବୀର ଏବଂ ସମଲିଙ୍ଗୀ ଯୁବତୀ ମାନସୀଙ୍କ ଉପରେ ଆଧାରିତ। ଏହାକୁ ନେଇ ଜରିନ କହିଛନ୍ତି, ଫିଲ୍ମକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି ଏବଂ ଏଥିପାଇଁ ବହୁତ ପରିଶ୍ରମ କରୁଛି। ଦୁଇ ଜଣ ବନ୍ଧୁଙ୍କ ବନ୍ଧୁତ୍ୱକୁ ନେଇ ଫିଲ୍ମଟି ନିର୍ମିତ ହୋଇଛି। ଫିଲ୍ମରେ ତାଙ୍କ ସହିତ ଅଂଶୁମାନ ଝା ନଜର ଆସିବେ। ସେ ଏହାର ପ୍ରଯୋଜକ ଅଛନ୍ତି। ଏବେ ଲକ୍‌ଡାଉନ ଯୋଗୁ ଫିଲ୍ମଟି ରିଲିଜ ହୋଇପାରିନାହିଁ। ତେବେ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇପାରେ ବୋଲି ଖବର ମିଳିଛି।

Share