ନୂଆ ମାନଚିତ୍ର ସଂଶୋଧନ ପ୍ରସ୍ତାବ ନେପାଳର ନିମ୍ନସଦନ ପ୍ରତିନିଧି ସଭାରେ ପାରିତ

କାଠମାଣ୍ଡୁ, ୧୦।୬: ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ନେପାଳ ସରକାରଙ୍କ ପକ୍ଷରୁ ରାଜନୈତିକ ମାନଚିତ୍ର ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍‌ ସଂସଦର ନିମ୍ନ ସଦନ ପ୍ରତିନିଧି ସଭାରେ ସର୍ବ ସମ୍ମତି କ୍ରମେ ପାରିତ ହୋଇଛି। ଆଗତ କରିଛନ୍ତି। ପ୍ରଧାନମନ୍ତ୍ରୀ କେ.ପି .ଶର୍ମା ଓଲିଙ୍କ ସରକାର ପ୍ରତିନିଧି ସଭାରେ ନୂଆ ମାନଚିତ୍ର ସହିତ ଏକ ରାଷ୍ଟ୍ରୀୟ ଚିହ୍ନ ପ୍ରସ୍ତାବ ଆଗତ କରିଥିଲେ। ନେପାଳର ନୂଆ ମାନଚିତ୍ରରେ ଭାରତର କଳାପାଣି, ଲିପୁଲେଖ ଏବଂ ଲିମ୍ପିୟାଧୁରା ଆଦି ୩ ଅଞ୍ଚଳକୁ ସାମିଲ୍‌ କରାଯାଇଛି। ୧୮୧୬ ସୁଗୌଲି ଚୁକ୍ତି ଆଧାରରେ ଏସବୁ ଅଞ୍ଚଳକୁ ନେପାଳରେ ସାମିଲ କରାଯାଇଛି। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶୁମଶେରଙ୍କ ଦ୍ୱାରା ଏସବୁ ଅଞ୍ଚଳ ନେପାଳ ରାଜ୍ୟର ବୋଲି ଉଲ୍ଲେଖ ହୋଇଥିବା କୁହାଯାଉଛି। ନୂଆ ମାନଚିତ୍ର ନେପାଳର ସାର୍ବଭୌମତ୍ୱକୁ ସୁଦୃଢ଼ କରିବ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗାୟାଓ୍ବାଲି ସୂଚନା ଦେଇଛନ୍ତି। ତେବେ ନେପାଳର ନୂଆ ମାନଚିତ୍ର ସଂଶୋଧନକୁ ଭାରତ ସର୍ବଦା ବିରୋଧ କରି ଆସିଛି। କଳାପାଣି, ଲିପୁଲେଖ ଏବଂ ଲିମ୍ପିୟାଧୁରା ଭାରତର ଅଂଶ ବିଶେଷ ବୋଲି ଭାରତ ସରକାର କହି ଆସୁଛନ୍ତି।

Share