Advertisement

ନୂଆ ମୋଟର ଯାନ ଆଇନ ଭୟ: ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଗଣିଆ,୭ା୯(ଡି.ଏନ.ଏ.): ଗତ ସେପ୍ଟେମ୍ବର ୧ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡିମୋଟର ଚେକିଂ, ବ୍ଲକିଂ ଓ ଧରପଗଡକୁ ଜୋରଦାର କରାଯାଇଛି ା ନୂଆ ଆଇନ ଅନୁଯାୟୀ ୧୦ ଗୁଣା ଅଧିକ ଜରିମାନା ଆଦାୟ ହେଉଥିବାରୁ ବାଇକ୍‌ ଆରୋହୀଙ୍କଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ୍‌ ମାଲିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ା କୌଣସି କାର୍ଯ୍ୟରେ ବାହାରକୁ ଯିବାକୁ ଥିଲେ ମଧ୍ୟ ଲୋକେ ସେମାନଙ୍କ ବାଇକ୍‌ ବାହାର କରୁନାହାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେତେକ ଘରୋଇ ଯାତ୍ରୀବାହୀ ବସ୍‌ ମାଲିକ ବସ୍‌ଗୁଡିକ ଯାଉଥିବା ରୁଟ୍‌ରେ ଚଳାଚଳ ବନ୍ଦ କରିଦେଇଛନ୍ତି। ଫଳରେ ଗତ ୨ଦିନ ଧରି ଦୂରସ୍ଥାନକୁ ଯିବାକୁ ଥିବା ବହୁ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୟାଗଡ଼ ଜିଲା ଗଣିଆ ଅଞ୍ଚଳରେ ଏହିଭଳି ସମସ୍ୟା ଦେଖିବାକୁ ମଳିଛି ା ପ୍ରତ୍ୟହ ସକାଳୁ ବ୍ଲକର ଛାମୁଣ୍ଡିଆଠାରୁ ଭୁବନେଶ୍ୱର ୨ଟି ଘରୋଇ ଯାତ୍ରୀବାହୀ ବସ୍‌ ଚଳାଚଳ କରିଥାଏ। ହେଲେ କିଛିଦିନ ହେଲା ବସ୍‌ଗୁଡିକ ଚଳାଚଳ କରୁ ନ ଥିବାରୁ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳକୁ ଯାଇପାରୁ ନାହାନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରୁ ରାଜିଙ୍ଗି ଯାଉଥିବା ଏକମାତ୍ର ଘରୋଇ ବସରେ ଯାତ୍ରୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ା ଧରପଗଡ ଭୟରେ କେତେକ ଯାତ୍ରୀବାହୀ ଅଟୋ ଚଳାଚଳ କରୁ ନ ଥିବା ବେଳେ ଆଉ କେତେକ ଅଟୋ ୩ଜଣରୁ ଅଧିକ ଯାତ୍ରୀ ବସାଉ ନ ଥିବା ଦେଖାଯାଉଛି। ସେହିପରି କେତେକ ବାଇକ୍‌ ଆରୋହୀ ପୁରୁଣା ହେଲ୍‌ମେଟଗୁଡିକୁ ସଜାଡୁଥିବା ବେଳେ ଆଉ କେତେକ ନୂଆ ହେଲ୍‌ମେଟ କିଣିବା ପାଇଁ ଦୋକାନରେ ଗହଳି ଲଗାଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share