Categories: ଜାତୀୟ

ନୂଆ ମୋଟର ଯାନ ନିୟମ ପରେ ଏବେ ନିଜ ଗାଡ଼ି ଚଢୁ ନାହାଁନ୍ତି ଦିଲ୍ଲୀବାସୀ

ନୂଆଦିଲ୍ଲୀ,୮।୯: ମୋଟର ଯାନ ନିୟମରେ ପରିବର୍ତ୍ତନ ହୋଇ ସେପ୍ଟେମ୍ବର ପହିଲାରୁ ଯେଉଁ ଜରିମାନା ଆଦାୟ କରାଯାଉଛି ତାହା ଭାରତ ଭଳି ଦେଶରେ ପ୍ରାୟ କାହା ପକେଟ୍‌କୁ ସୁହାଉ ନାହିଁ କହିଲେ ଚଳେ। ତେବେ ଏହି ନୂଆ ନିମୟକୁ ଆଖି ଆଗରେ ରଖି ଏବେ ଦିଲ୍ଲୀର ଅଧିକାଂଶ ଲୋକେ ନିଜ ନିଜର ଗାଡ଼ି ନ ଚଳାଇ ବରଂ ସରକାରୀ ବସ୍‌ ଓ ମୋଟ୍ରୋ ଟ୍ରେନ୍‌ ଉପରେ ନିର୍ଭର କରୁଥିବା ଜଣାପଡିଛି। ସାଧାରଣ ଜନତାଙ୍କ ମତରେ ନିଜ ଗାଡି ଆଣିଲେ ସିନା ଧରାପଡିଲେ ଜରିମାନା ଦେବାକୁ ପଡିବ। ହେଲେ ସରକାରୀ ଗାଡିରେ ଏସବୁ ଅସୁବିଧା ନ ଥିବାରୁ ଲୋକେ ଏବେ ଏହାକୁ ବ୍ୟବହାର କରୁଥିବା କହିଛନ୍ତି। ତା’ସହ ଜରିମାନାର ପରିମାଣ ଏତେ ଅଧିକ ହୋଇଛି ଯେ ଏହା ଦେବା ସମ୍ଭବ ନୁହେଁ ବୋଲି ଅଧିକାଂଶ ଲୋକେ ମତ ଦିଅନ୍ତି। ଏମିତି ପରିସ୍ଥିତିକୁ ଦେଖିଲେ ଅଗାମୀ ଦିନରେ ମୋଟ୍ରା ଟ୍ରେନ୍‌ ଓ ସରକାରୀ ବସ୍‌ରେ ଯାତ୍ରୀଙ୍କ ଭିଡ ଅସମ୍ଭାଳ ହୋଇପାରେ ବୋଲି କୁହାଯାଉଛି।

Share