Categories: ବାଣିଜ୍ୟ

ନୂଆ ରଙ୍ଗରେ ଆସିଲା ଟିଭିଏସ୍‌ ଏନ୍‌ଟର୍କ

ହୋସୁର,୧-୭: ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ଏହାର ଲୋକପ୍ରିୟ ସ୍କୁଟର ମଡେଲ ଏନ୍‌ଟର୍କ ୧୨୫ ନୂଆ ମେଟ୍‌ ସିଲଭର ରଙ୍ଗରେ ବଜାରକୁ ଆସିଛି। କମ୍ପାନୀ ଏହାକୁ ଦେଶର ପ୍ରଥମ କନେକଟେଡ ସ୍କୁଟର ଭାବେ ବଜାରକୁ ଆଣିଥିଲା। ଏହା ୨୦୧୮-୧୯ ଆର୍ଥତ୍କ ବର୍ଷରେ ସବୁଠାରୁ ଅଧିକ ଆଓ୍ବାର୍ଡ ଲାଭ କରିଥିବା ସ୍କୁଟର ଭାବେ ପରିଗଣିତ ହେଉଛି। ଏହାକୁ ବିଚାର କରି ସ୍କୁଟର ଅଫ୍‌ ଦି ଇୟର ଚିହ୍ନକୁ କମ୍ପାନୀ ଯାନଗୁଡିକରେ ସ୍ଥାନୀତ କରିବ। ୨୦୧୮ ଫେବୃୟାରୀ ବଜାରକୁ ଆସିଥିବା ଏହି ଯାନ ଯୁବବର୍ଗଙ୍କ ଚାହିଦାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଥିଲା। ଅଟୋମୋଟିଭ କ୍ଷେତ୍ରରେ ୯ ଇଣ୍ଡଷ୍ଟ୍ରି ଆଓ୍ବାର୍ଡ ଏହା ବର୍ତ୍ତମାନ ସୁଦ୍ଧା ଲାଭ କରିଛି। ଗ୍ରାହକ ଏବଂ ଅଂଶୀଦାରଙ୍କଠାରୁ ଏହା ଉନ୍ନତ ରେସପନ୍ସ ଲାଭ କରିଛି। ମଡେଲଟି ୨ ଲକ୍ଷ ୟୁନିଟ ବିକ୍ରି ସ୍ତର ଟିପିଛି। ଏଥିରେ ପରଫରମାନ୍ସ, ଷ୍ଟାଇଲ ଏବଂ ଟେକ୍ନୋଲୋଜିକୁ ପ୍ରାଥମିକତା ଦିଆଯାଇଥିବା ଟିଭିଏସ୍‌ ପକ୍ଷରୁ ସୂଚନା ରହିଛି। ଟିଭିଏସ୍‌ର ସ୍ମାର୍ଟଜୋନେକ୍ଟ ସହ ସିଙ୍ଗଲ ସିଲିଣ୍ଡର, ୪ ଷ୍ଟ୍ରୋକ, ୩ ବଲବ, ଏୟାର କୁଲ୍‌ଡ ଏସ୍‌ଓଏଚ୍‌ସି ଇଞ୍ଜିନ ଭଳି ଅନ୍ୟ ଷ୍ଟେଟ ଅଫ୍‌ ଆର୍ଟ ଫିଚର ଏଥିରେ ରହିଛି। ଯାନଟି ମେଟ ୟେଲୋ, ମେଟ ହ୍ବାଇଟ, ମେଟ୍‌ ରେଡ, ମେଟାଲିକ ବ୍ଲୁ, ମେଟାଲିକ ଗ୍ରେ ଏବଂ ମେଟାଲିକ ରେଡ ରଙ୍ଗ ସହ ଆସୁଛି। ମେଟ୍‌ ସିଲଭର ମଡେଲଟି ଡିସ୍କ ଭାରିଆଣ୍ଟରେ ଆସୁଛି।

Share