ଭୁବନେଶ୍ୱର,୧୬।୧୨- ହକି ବିଶ୍ୱକପ୍ ପୁଣି ଥରେ ଓଡ଼ିଶାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ସହ ରାଉରକେଲାରେ କେତେକ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ। ଏଥିନେଇ ନୂଆ ରୂପରେ ସଜେଇ ହେବାକୁ ଯାଉଛି ରାଉରକେଲା ସିଟି। ରାଜ୍ୟ ସରକାର ୬୩୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ଆଗାମୀ ୪ ବର୍ଷ ମଧ୍ୟରେ ଏହି ଅର୍ଥ ସହରର ବିମାନ ବନ୍ଦର, ରାସ୍ତା, ବସ ଟର୍ମିନାଲ, ମ୍ୟୁଜିୟମ, ପାର୍କ୍ସ, ଆଧୁନିକ କାର ପାର୍କିଂ ସହ ବର୍ତ୍ତମାନ ସହରରେ ଥିବା ଷ୍ଟାଡିୟମର ଉନ୍ନତି କରଣ କରାଯିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ସରକାରଙ୍କ ସ୍ମାର୍ଟ ସିଟି ଯୋଜନା ଅନୁଯାୟୀ ଓଡ଼ିଶା ସରକାର ଏହି ଉନ୍ନତି କରଣ କାର୍ଯ୍ୟ କରିବେ।