ନୂଆ ସରକାରଙ୍କୁ ପରାମର୍ଶ ଦେଲେ ଋଷି କପୁର

ନ୍ୟୁୟର୍କ,୨୯।୫: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ନେଇ ବଲିଉଡ୍‌ ଅଭିନେତା ଋଷି କପୁର ନିଜର ମତ ରଖିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ନୂଆ ସରକାର ନିଯୁକ୍ତି, ଶିକ୍ଷା ତଥା ସ୍ବାସ୍ଥ୍ୟ ସେବା ଉପରେ ବିଶେଷ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏନେଇ ସେ ନରେନ୍ଦ୍ର ମୋଦି, ଅରୁଣ ଜେଟଲୀ, ସ୍ମୃତି ଇରାନୀଙ୍କୁ  ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଋଷି କପୁର ଗତ ୮ ମାସ ହେଲା ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି।

Share