Categories: ବାଣିଜ୍ୟ

ନୂଆ ସରକାରଙ୍କୁ ପାନଗାରିଆଙ୍କ ପରାମର୍ଶ;ବିତ୍ତୀୟ ଶୃଙ୍ଖଳା ଉପରେ ଧ୍ୟାନ ଦେବା ଜରୁରୀ

ନୂଆଦିଲ୍ଲୀ,୨୨-୫: ଦେଶର ବିତ୍ତୀୟ ଶୃଙ୍ଖଳା ଦୃଢୀକରଣ ଦିଗରେ ପ୍ରତିବଦ୍ଧତା ଦେଖାଇବା ସହ ଏହା ଉପରେ ଧ୍ୟାନଦେବା ଜରୁରୀ । ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା ଅର୍ଥନୀତିଜ୍ଞ ଅରବିନ୍ଦ ପାନଗାରିଆ ନୂଆ ସରକାରଙ୍କ ଲାଗି ଏଭଳି ପରାମର୍ଶ ଦେଇଛନ୍ତି। ସେହିଭଳି କେନ୍ଦ୍ରୀୟ ମନ୍ତ୍ରଣାଳୟ ସଂଖ୍ୟା କମାଇବା ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ରର ସଂସ୍ଥାଗୁଡିକୁ ଅଧିକ ଦକ୍ଷ କରାଇବା ଲାଗି ଘରୋଇ କରଣ କରିବା ଉପରେ ମଧ୍ୟ ପାନଗାରିଆ ମତ ରଖିଛନ୍ତି। ଦେଶର ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟିକ ସଂକ୍ରାନ୍ତ ନୂଆ ପଦକ୍ଷେପ ଗ୍ରହଣ କରିବା ଦିଗରେ ସେ ଗୁରୁତ୍ୱାରୋପ କରିଛନ୍ତି।
ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବା ପାନଗାରିଆ ନୂଆ ସରକାରଙ୍କ ପ୍ରାଥମିକତା କଣ ହେବା ଆବଶ୍ୟକ ଉପରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ବେସରକାରୀ ନିବେଶ ଲାଗି ଯେଭଳି କୌଣସି ପ୍ରତିବନ୍ଧକ ନ ଆସେ। ଏଥି ଲାଗି ଅର୍ଥର ଅଭାବ କେବେବି ବାଧା ଭାବେ ନ ଆସୁ। ସେହିଭଳି କେନ୍ଦ୍ରୀୟ ମନ୍ତ୍ରଣାଳୟ ସଂଖ୍ୟା ୩୦କୁ ହ୍ରାସ, ଅନ୍ତର୍ଜାତୀୟ ସ୍ତରର ଯୋଜନା, ପ୍ରଶାସନ କ୍ଷମତାରେ ସୁଧାର, ଏୟାର ଇଣ୍ଡିଆ ସହ ଅନ୍ୟ କମ୍ପାନୀର ଘରୋଇ କରଣ ଉପରେ ସେ ମତ ରଖିଛନ୍ତି। ସରକାରଙ୍କ ୧୦୦ ଦିନ ଏଜେଣ୍ଡା ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ, ଅଧ୍ୟାଦେଶ ଦ୍ୱାରା ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିଭିନ୍ନ ସଂଶୋଧନ ଆଣିବାର ଆବଶ୍ୟକତା ରହିଛି। ଏହା ଏନ୍‌ପିଏ ହ୍ରାସ ଦିଗରେ ଜ୍ଞାନ କେନ୍ଦ୍ରିତ କରିବା ଉଚିତ। ଏହା ବାଦ ଶ୍ରମ ଆଇନ କ୍ଷେତ୍ରରେ ମଧ୍ୟ ସୁଧାର ଆଣିବା ଉପରେ ସେ ମତ ଦେଇଛନ୍ତି।

Share