ନୂଆ ସିନେମା ଧର୍ମାସୁର

ଏକ ଭିନ୍ନଧରଣର କାହାଣୀକୁ ଆଧାର କରି ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଧର୍ମାସୁର’। ୧୯୬୦ର ଏକ ଜାତିଭିତ୍ତିକ ଘଟଣାକୁ ନେଇ ଏହି ଫିଲ୍ମର କାହାଣୀ ପରିକଳ୍ପନା କରାଯାଇଛି। ଖାସ୍‌ କଥା ହେଲା, ନିକଟରେ ଓଲିଉଡ୍‌ରେ ପାଦ ଦେଇଥିବା ବିଶ୍ୱରୂପ ମିଶ୍ର ଏହାର ମେଲ୍‌ ଲିଡ୍‌ରେ ଅଭିନୟ କରିବେ। ସେ ଆକ୍ସନ ଉପରେ ଆଧାରିତ ଓଡ଼ିଆ ସିନେମା ‘ବିଶ୍ୱରୂପ-ବର୍ନ ଟୁ ଫାଇଟ୍‌’ରୁ ନିଜ ଓଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ। ଏଥିରେ ତାଙ୍କ ଅପୋଜିଟ୍‌ରେ କିଏ ନାୟିକା ସାଜିବେ, ସେନେଇ ଚୟନ ପ୍ରକ୍ରିୟା ଜାରି ରହିଛି। ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ନବାଗତ ରାଜ ପ୍ରଦୀପ। ଚଳିତବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଏହାର ଶୁଟିଂ ଆରମ୍ଭ ହେବ ଏବଂ ରଜରେ ମୁକ୍ତିଲାଭ କରିବାର ଯୋଜନା ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Share