ମୁମ୍ବାଇ: ସ୍ତ୍ରୀ ଜେନେଲିଆଙ୍କୁ ଖୁସି କରିବାକୁ ଯାଇ ଟ୍ରୋଲ ହୋଇଛନ୍ତି ବଲିଉଡ୍ ଅଭିନେତା ରିତେଶ ଦେଶମୁଖ। ସେ ବି ନିଜ ହେୟାରଷ୍ଟାଇଲ୍(କେଶ ବିନ୍ୟାସ) ଲାଗି। ନିକଟରେ ରିତେଶ ରେଡ୍ ସ୍କାଇରଲ୍ ଟେଲ୍ ଲୁକ୍ କରି ଜେନେଲିଆକୁ ସର୍ପ୍ରାଇଜ୍ କରିବାକୁ ଚେଷ୍ଟା କରିଥିଲେ। ଜେନେଲିଆ ରିତେଶଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। କିଛି ସମୟ ମଧ୍ୟରେ ପ୍ରଶଂସକମାନେ ମିଶ୍ରିତ କମେଣ୍ଟ ଦେବା ଆରମ୍ଭ କରିଦେଇଥିଲେ। କିଛି ଲୋକ ରିତେଶଙ୍କ ଏହି ଲୁକ୍କୁ ପସନ୍ଦ ନ କରି ଟ୍ରୋଲ କରିଥିଲେ। ସେ ମଣିଷ ନୁହଁ ବରଂ ଏକ ଶୁଆ ପରି ଦେଖାଯାଉଥିବା ଜଣେ ବ୍ୟବହାରକାରୀ କହିଥିଲେ। ସେହିଭଳି ଅନ୍ୟ ଜଣେ ରିତେଶ କେଶ କୁକୁଡ଼ା ଥଣ୍ଟ ପରି ଦେଖାଯାଉଥିବା କହିଥିବା ବେଳେ ଆଉ ଜଣେ ଗେ’ ଭଳି ଦିଶୁଥିବା ମଧ୍ୟ କହିବାକୁ ପଛାଇନାହାନ୍ତି।
ଆଗାମୀ ଦିନରେ ରିତେଶ କମେଡି ଫିଲ୍ମ ‘ହାଉସ୍ଫୁଲ-୪’ରେ ନଜର ଆସିବେ। ଏହାପରେ ଫିଲ୍ମ ମରଜାବାଁରେ ସେ କାମ କରିବେ। ଏଥିରେ ତାଙ୍କ ସହ ସିର୍ଦ୍ଧାର୍ଥ ମଲହୋତ୍ରା ନଜର ଆସିବେ।