Advertisement

ନୂତନ ଜିଲାପାଳଙ୍କ ପ୍ରଥମ ପଦକ୍ଷେପ, ବରିଷ୍ଠ ନାଗରିକଙ୍କ ପାଇଁ ହେଲା ସ୍ବତନ୍ତ୍ର ବ୍ୟବସ୍ଥା

ବରଗଡ଼ ଅଫିସ, ୨୬।୮: ବରଗଡ଼ ଜିଲାର ନୂତନ ଜିଲାପାଳ ଭାବେ ରବିବାର ଜ୍ୟୋତିରଞ୍ଜନ ପ୍ରଧାନ ଦାୟିତ୍ୱଗ୍ରହଣ କରିଛନ୍ତି। ଦାୟିତ୍ୱଗ୍ରହଣ କରିବା ପରେ ସୋମବାର ସେ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ନିଜ ଅଫିସ ସମ୍ମୁଖରେ ବରିଷ୍ଠ ନାଗରିକଙ୍କ ବସିବା ପାଇଁ ସ୍ବତନ୍ତ୍ର ଭାବେ ଚୌକି ପକାଯାଇଛି। ସୋମବାର ବିଭିନ୍ନ ଅଭିଯୋଗ ନେଇ ଜିଲାପାଳ ଅଫିସ ଆସିଥିବା ବରିଷ୍ଠ ନାଗରିକମାନେ ସେଠାରେ ବସିଥିବା ଦେଖିବାକୁ ମିଳିଛି। ଜିଲାପାଳଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share