ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବର୍ଷେ ପୂରିଲା : ନିର୍ମାଣ ହୋଇପାରୁନି ସମ୍ମୁଖ ରାସ୍ତା

ଢେଙ୍କାନାଳ ଅଫିସ,୨୮ା୫ ଢେଙ୍କାନାଳ ସହରସ୍ଥିତ ଦକ୍ଷିଣକାଳୀ ରୋଡରେ ନିର୍ମିତ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବର୍ଷେ ପୂରିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନି ଚିକିତ୍ସାଳୟରୁ ନିକଟରୁ ୫୫ନଂ ଜାତୀୟ ରାଜପଥକୁ ସଂଯୋଗ ପାଇଁ ଥିବା ସମ୍ମୁଖ ରାସ୍ତା। ଏଥି ନିମନ୍ତେ ଜାଗା ଚିହ୍ନଟ ପ୍ରସ୍ତାବ କେବଳ କାଗଜକଲମରେ ସୀମିତ ରହିଯାଇଛି। ଫଳରେ ଚିକିତ୍ସାଳୟର ପଛପାଖ ରାସ୍ତାଦେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ, ଜନସାଧାରଣ ସମେତ ଚିକିତ୍ସକ, ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯାତାୟାତ କରୁଛନ୍ତି। ଏପରିକି ପଛପାଖ ରାସ୍ତାଦେଇ ଆମ୍ବୁଲାନ୍ସ ମଧ୍ୟ ଯିବା ଆସିବା କରୁଛି।
୨୦୧୮ ମେ ୨୬ରେ ୫୦ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟିତ ହୋଇଥିଲା। ସେହି ସମୟରେ ସମ୍ମୁଖ ରାସ୍ତା ପାଇଁ ତୁରନ୍ତ ଜାଗା ଚିହ୍ନଟ କରି ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ସ୍ବାସ୍ଥ୍ୟମନ୍ତ୍ରୀ ତତ୍କାଳୀନ ଜିଲାପାଳଙ୍କୁ କହିଥିଲେ। କିନ୍ତୁ ଏହା ମଧ୍ୟରେ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ମୁଖ ରାସ୍ତା ନିର୍ମାଣ ପାଇଁ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ତପତ୍ରତା ପ୍ରକାଶ ପାଉନାହିଁ ା ବର୍ତ୍ତମାନ ସହର ମଧ୍ୟରୁ ଦକ୍ଷିଣକାଳୀ ରୋଡ ଦେଇ ଏବଂ ୫୫ନଂ ଜାତୀୟ ରାଜପଥରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପଛପାର୍ଶ୍ୱକୁ ଆସିଥିବା ରାସ୍ତା ଅଧିକ ପ୍ରଶସ୍ତ ନ ଥିବାରୁ ଜରୁରୀ ସମୟରେ ଆମ୍ବୁଲାନ୍ସ ଏବଂ ରୋଗୀଙ୍କୁ ନେଇ ଯାନବାହନ ଯିବା ଆସିବା କରିବାରେ ସମସ୍ୟା ସୃଷ୍ଟି ହେଉଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜରୁରୀ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର ହେଉଥିବା ରୋଗୀମାନଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଜନଗହଳି ରାସ୍ତାରେ ସମସ୍ୟାର ସମ୍ମୁଖୀନ ହେଉଛି। ଏସବୁକୁ ନଜରରେ ରଖି ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ୫୫ ନଂ ଜାତୀୟ ରାଜପଥକୁ ସିଧାସଳଖ ସଂଯୋଗ କରିବା ପାଇଁ ରାସ୍ତା ନିର୍ମାଣ ଜରୁରୀ ହୋଇପଡିଛି। ଏଥିପାଇଁ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କୁହନ୍ତି, ଗତବର୍ଷ ସମ୍ମୁଖ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଯାଇଥିଲା। ଏହି ରାସ୍ତା ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗ ସହ ଆଲୋଚନା କରି ଯଥାସମ୍ଭବ ଶୀଘ୍ର ରାସ୍ତା ନିର୍ମାଣ ପାଇଁ ଜାଗା ଚିହ୍ନଟ ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଓଡ଼ିଆ ପକ୍ଷ ପାଳନ, ୫୦ ଛାତ୍ରୀଛାତ୍ର ପୁରସ୍କୃତ

ଭୁବନ,୯।୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବିଜ୍ଞାପିତ ପରିଷଦ ପକ୍ଷରୁ ପାଳନ ହେଉଛି ଓଡ଼ିଆ ପକ୍ଷ। ଏହି ଦିବସରେ ଏନଏସି ମଧ୍ୟରେ ବିଭିନ୍ନ ଉନ୍ନୟନ...

ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ, ଚାଳକ ଫେରାର

ଭୁବନ,୯।୪,( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ବୁଧବାର ସକାଳ ସମୟରେ ଏକ ବେଆଇନ ମାଙ୍କଡ଼ା ପଥର ବୋଝେଇ ଟ୍ରକ...

ପୂର୍ବତନ ବିଧାୟକଙ୍କ ପରଲୋକ

ଢେଙ୍କାନାଳ,୮।୪: ପୂର୍ବତନ ବିଧାୟକ ପ୍ରଫୁଲ ଭଞ୍ଜଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଛି । ଢେଙ୍କାନାଳ ସହର ମିନାବଜାର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ...

ସ୍ତ୍ରୀ, ପୁଅ ସମେତ ୩ ଜଣଙ୍କୁ ଗୁଳି କଲେ ବ୍ୟକ୍ତି, ପଛରେ ଥିଲା ଏମିତି କାରଣ

ଢେଙ୍କାନାଳ,୭ା୪: ଶନିବାର ଢେଙ୍କାନାଳରେ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଉପୁଜିଥିବା ହିଂସାରେ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲାର ତାଳବରକୋଟ ଗାଁରେ...

ଶିକାର ଭାବି ସାଙ୍ଗକୁ ଗୁଳି

ଢେଙ୍କାନାଳ,୪ା୪(ରତନ ନାୟାର): ହିନ୍ଦୋଳ ରାସୋଳ ଥାନା ଅନ୍ତର୍ଗତ କଦଳୀପାଳ ମାନପୁର ଗାଁ ନିକଟରେ ଶିକାର ପାଇଁ ଯାଇଥିବା ବେଳେ ସାଙ୍ଗକୁ ଗୁଳି କରିଛନ୍ତି ଅନ୍ୟ ଜଣେ...

ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡ଼ିଚାଳନା, ଘର ଭିତରେ ପଶାଇଦେଲେ ଗାଡ଼ି, କାବୁ କଲେ ଲୋକେ

ଢେଙ୍କାନାଳ, ୨୮।୩(ରତନ ନାୟାର): କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡି ଚାଳନା। ନିଶାଶକ୍ତ ଅବସ୍ଥାରେ ବେପରୁଆ କାର ଚଳାଇ ଏକ ଜଳଖିଆ ଠେଲାକୁ ଧକ୍କା ଦେଇ...

ବାପା ଲଗାଇଲେ ନିଆଁ, ୧୧ମାସର ଝିଅ ଜୀବନ୍ତ ଦଗ୍ଧ

ଢେଙ୍କାନାଳ,୨୫।୩(ରତନ ନାୟାର): ଜିଲା ବାଲିମୀ ଥାନା ବାରସିଙ୍ଗା ଗ୍ରାମ ମୁଣ୍ଡାସାହିରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି...

ହସ୍ପିଟାଲରୁ ଚମ୍ପଟ ମାରିଲେ କଏଦୀ

ଢେଙ୍କାନାଳ,୨୫।୩: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମଙ୍ଗଳବାର ଚିକିତ୍ସା ପାଇଁ ଆସିଥିବା ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ମିଳିଥିବା ସୂଚନା ମୁତାବକ, ଚିକିତ୍ସା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image