ଫୁଲବାଣୀ ଅଫିସ,୨୩ା୫- କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ପରିବର୍ତ୍ତନ ନିଷ୍ପତ୍ତିକୁ ବିରୋଧ କରି ଶୁକ୍ରବାର ସାରା ଦେଶରେ ଆଇଏନ୍ଟିୟୁସି ପକ୍ଷରୁ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଙ୍ଗଠନର କନ୍ଧମାଳ ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶ୍ରମ ଆଇନକୁ ନ ବଦଳାଇବାକୁ କର୍ମକର୍ତ୍ତା ଦାବି କରିଥିଲେ। ସରକାର ନ ମାନିଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କହିଥିଲେ। ସଙ୍ଗଠନ ଜିଲା ସଭାପତି ଘନ କୁମାର ଶବରଙ୍କ ନେତୃତ୍ୱରେ ପ୍ରଫୁଲ୍ଲ କୁମାର ବେହେରା, ଶିବଶଙ୍କର ବେହେରା, ମନୋଜ ସାହାଣୀ, ଗଜେନ୍ଦ୍ର କହଁର, ରାଧାକାନ୍ତ ଦିଗାଲ, ସୁଦାମ ବେହେରା, ଜାକିର ଖାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।