ମାଲକାନଗିରିରେ ନୂତନ ସିଡିଏମ୍‌ଓଙ୍କ ଯୋଗଦାନ

ମାଲକାନଗିରି,୧୬।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ସୋମବାର ନୂତନ ଜିଲା ଚିକିତ୍ସାଧିକାରୀ ଭାବେ ଡା. ଅଜୟ କୁମାର ବୈଠାରୁ ଯୋଗ ଦେଇଛନ୍ତି। ପୂର୍ବରୁ ସେ ମାଲକାନଗିରି ଅତିରିକ୍ତ ଜିଲା ଚିକିତ୍ସାଧିକାରୀ, ଶିଶୁକଲ୍ୟାଣ ଭାବେ କାର୍ଯ୍ୟ କରୁଥିବାବେଳେ ଏଠାରୁ ପଦୋନ୍ନତି ପାଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଯାଇଥିଲେ। ତେବେ ପୁନର୍ବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ କ୍ରମେ ବୈଠାରୁଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ଚିକିତ୍ସାଳୟ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି।