Advertisement

ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବ ଦ୍ୱିତୀୟ ଦିବସ: କୁଚିପୁଡି, ଢାପ, ଗୋଟିପୁଅ ନୃତ୍ୟ ଆକର୍ଷଣ ସାଜିଲା

ଦେବଗଡ଼, ୧୮।୧(ଡି.ଏନ୍‌.ଏ.)- ଦେବଗଡ଼ ଜିଲାର ଅଗ୍ରଣୀ ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ଓ ଭକ୍ତବନ୍ଧୁ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଜିଲାସ୍ତରୀୟ ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବ ଶୁକ୍ରବାର ଦ୍ୱିତୀୟ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଅନୁଷ୍ଠାନର ରାଜ୍ୟ ସଭାନେତ୍ରୀ ତଥା ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବର ଅଧ୍ୟକ୍ଷା ନିବେଦିତା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ଭୁବନେଶ୍ୱରର ଏଡିଜିପି ସିଡିଏମ ଲଳିତ ଦାଶ, ଦେବଗଡ ଏସ୍‌ପି ରାହୁଲ ଜୈନ, ଚନ୍ଦ୍ର ଶେଖର ନାଗ, ଗୌରହରି ମିଶ୍ର, ରାଜ୍ୟ ସମ୍ପାଦକ ସରୋଜ ଭୂୟା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ତଥା ଅନୁଷ୍ଠାନର ଉପଦେଷ୍ଠା ଅତୁଲ୍ୟ କୁମାର ପୂଝାରୀ, ଜିଲା ସଭାପତି ମୀନାକ୍ଷୀ ମିଶ୍ର, ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବର ସମ୍ପାଦକ ଶଶାଙ୍କ ଶେଖର ଝାଙ୍କର ପ୍ରମୁଖ ଉପସ୍ଥିତ ରହି ନିଆରା ଢଙ୍ଗରେ ପୁରୀ ଜଗନ୍ନାଥ ଧାମରୁ ଆସିଥିବା ପ୍ରସାଦକୁ ଦୀପ ପ୍ରଜ୍ନଳନ କରି ଉଦ୍‌ଘାଟନ କରିଥିଲେ ା ପରେ ପ୍ରସାଦ ଉପସ୍ଥିତ ଦର୍ଶକଙ୍କୁ ବଣ୍ଟନ କରାଯାଇଥିଲା। ଦ୍ୱିତୀୟ ସନ୍ଧ୍ୟାରେ କୁଚିପୁଡି ନୃତ୍ୟ, ଢାପ ନୃତ୍ୟ, ଗୋଟିପୁଅ ନୃତ୍ୟ ଏବଂ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ନିଜର କଳା ପ୍ରଦର୍ଶନ କରିଥିଲେ। ଜିଲାର ବିଭିନ୍ନ କଳା, ସଂସ୍କୃତି ଓ ଲୋକନୃତ୍ୟକୁ ଲୋକଲୋଚନକୁ ଆଣିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରାଯାଉଛି। ପୌରାଞ୍ଚଳରୁ ଆରମ୍ଭ କରି ତିନି ବ୍ଲକରୁ କଳାକାରମାନେ ସେମାନଙ୍କର କଳାନୈପୁଣ ପ୍ରଦର୍ଶନ କରୁଛନ୍ତି। ଗ୍ରାମାଞ୍ଚଳ ପ୍ରତିଭା, ଦୃଷ୍ଟି ଆଢୁଆଳରେ ରହିଯାଉଥିବା କଳାକାର, କଳାସଂସ୍କୃତିକୁ ଲୋକଲୋଚନକୁ ଆଣିବା ଅନୁଷ୍ଠାନର ପ୍ରୟାସ ଓ ଲକ୍ଷ୍ୟ ବୋଲି କୁହାଯାଇଛି। ଉପସ୍ଥାପିକା ଅଭିନେତ୍ରୀ ଗୁନ୍‌ଗୁନ୍‌ ଅତିଥି ପରିଚୟ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଅନ୍ତର୍ଜାତୀୟ ପର୍ବତାରୋହି ଲିପିକା ସେଠ୍‌, ସଙ୍ଗୀତ ନିର୍ଦ୍ଦେଶକ କୁମାର ଳବଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥିଙ୍କ ଦ୍ୱାରା ଉପଢୌକନ ଦେଇ ସମ୍ବର୍ଦ୍ଧି କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share