ନୃତ୍ୟ ଟ୍ରେନିଂର ରାଜ୍‌ ଖୋଲିଲେ ଟାଇଗର୍‌: ହ୍ରିତିକ୍‌ଙ୍କ ଭିଡିଓ ଦେଖି ଶୋଉଥିଲେ

ଫିଲ୍ମ ‘ଓ୍ବାର’ରେ ହ୍ରିତିକ୍‌ ରୋଶନଙ୍କ ସହ ସ୍କ୍ରିନ୍‌ ଶେୟାର କରୁଥିବା ଟାଇଗର ଶ୍ରଫ୍‌ ନିଜ ନୃତ୍ୟ ଟ୍ରେନିଂକୁ ନେଇ ବଡ଼ ଖୁଲାସା କରିଛନ୍ତି। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ସେ ହ୍ରିତିକ୍‌ଙ୍କ ନୃତ୍ୟ ଭିଡିଓ ଦେଖିଥାନ୍ତି ବୋଲି କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ମୁଁ ଜୀବନରେ କେବଳ ହ୍ରିତିକଙ୍କୁ ହିଁ ଦେଖିଛି। ତାଙ୍କ ସହ ମୋର ସମ୍ପର୍କ ଗୁରୁ-ଶିଷ୍ୟର। ତାଙ୍କର ଏବଂ ମୋ ମଧ୍ୟରେ ଯେଉଁ ସମାନତା ରହିଛି ତାହା ସଂଯୋଗ ମାତ୍ର। ସବୁବେଳେ ମୁଁ ତାଙ୍କପରି ନୃତ୍ୟ କରିବାକୁ ଚାହୁଁଥିଲି। ତେଣୁ ଶୋଇବା ପୂର୍ବରୁ ହ୍ରିତିକ୍‌ଙ୍କର ଗୋଟିଏ ଗୀତ ଦେଖୁଥିଲି ବୋଲି ନିକଟରେ ଏକ ସାକ୍ଷାତକାରରେ ଟାଇଗର କହିଛନ୍ତି। ହ୍ରିତିକ୍‌ଙ୍କ ଷ୍ଟେପ୍‌ସ ବିଷୟରେ ଭାବି ଭାବି ସେ ରାତିରେ ଶୋଇପଡ଼ୁଥିଲେ। ପରଦିନ ସକାଳୁଉଠି ଉକ୍ତ ଷ୍ଟେପ୍‌ସଗୁଡ଼ିକୁ ମନେ ପକାଇ ଅଭ୍ୟାସ କରୁଥିଲେ। ଏହା ହିଁ ଥିଲା ତାଙ୍କର ନୃତ୍ୟ ଟ୍ରେନିଂ ବୋଲି ଟାଇଗର କହିଛନ୍ତି।

Share