ନେକ୍ସଟ ଏ କମେଡିରେ ମୃଣାଳ

ମୁମ୍ବାଇ: ଉମେଶ ଶୁକ୍ଲା ନିର୍ଦ୍ଦେଶିତ ‘ନେକ୍ସଟ ଏ କମେଡି’ରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବ। ମରାଠି ଓ ହିନ୍ଦୀ ଫିଲ୍ମରେ ନିଜର କମାଲ୍‌ ଦେଖାଇ ସାରିଥିବା ମୃଣାଳ କମେଡି ଫିଲ୍ମ ନେଇ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି। ଏଥିରେ ତାଙ୍କ ସହ ରହିଛନ୍ତି ବରିଷ୍ଠ ସିନେ କଳାକାର ପରେଶ ରାଓ୍ବଲ, ଅଭିମନ୍ୟୁ ଦଶାନି, ଆର୍ଶାଦ ଓ୍ବାର୍‌ସି ପ୍ରମୁଖ। ଫ୍ୟାମିଲି ଏଣ୍ଟରଟେନ୍‌ମେଣ୍ଟରେ ଭରି ରହିଛି ଏହି ଫିଲ୍ମ। ସୀମା ପହଓ୍ବା, ଦିବ୍ୟା ଭଟ୍ଟ ପ୍ରମୁଖ ମଧ୍ୟ ଏଥିରେ ଅଛନ୍ତି। ଘରୋଇ ଦର୍ଶକଙ୍କ ଲାଗି ନିର୍ମାଣ କରାଯାଇଥିବା ଏହି ଫିଲ୍ବରେ ଅନେକ ମେସେଜ୍‌ ରହିଥିବା ଶୁକ୍ଲା କହିଛନ୍ତି।
‘ଓ ମାଇଁ ଗଡ୍‌’ ଓ ‘୧୦୨ ନଟ୍‌ ଆଉଟ୍‌’ ଭଳି ଫିଲ୍ମ ଦେଇଥିବା ଶୁକ୍ଲା ଫିଲ୍ମଟିର ସଫଳତା ନେଇ ବେଶ୍‌ ଆଶାବାଦୀ ଥିବା କହିଛନ୍ତି। ପ୍ରଥମେ ନ୍ୟୁଜିଲାଣ୍ଡ ଓ ପରେ ପଞ୍ଜାବରେ ସୁଟିଂ ଶେଷହେବ।

Share