ନେଗେଟିଭ୍‌ କ୍ୟାରେକ୍ଟର ମାଧ୍ୟମରେ ଦର୍ଶକଙ୍କ ନିକଟତର ହେବେ କି ଛୋଟେ ନବାବ!

ମୁମ୍ବାଇ: ବଲିଉଡ୍‌ ନାୟକ ଶୈଫ ଅଲି ଖାଁ ବେଶ୍‌ କିଛିଦିନ ହେବ ବଡ଼ ପରଦାରେ ସେମିତି କିଛି ଚରିତ୍ରରେ ଦେଖାଦେଇ ନାହାଁନ୍ତି। ଯାହା ଦର୍ଶକଙ୍କୁ ଛୁଇଁ ପାରିବ। କିଛି ଦିନର ବିରତି ପରେ ଏବେ ପୁଣିଥରେ ପରଦାକୁ ଲେଉଟିଛନ୍ତି ଛୋଟେ ନବାବ। ଏଥର କିନ୍ତୁ ନାୟକ ଭାବେ ନୁହେଁ ବରଂ ନେଗେଟିଭ୍‌ କ୍ୟାରେକ୍ଟରରେ ଦେଖିବାକୁ ମିଳିଛି ଶୈଫଙ୍କୁ। ତାଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ଓ୍ବାରିୟର’ରିଲିଜ୍‌ ହୋଇସାରିଥିବା ବେଳେ ଏଥିରେ ଶୈଫଙ୍କୁ ନେଗେଟିଭ କ୍ୟାରେକ୍ଟରରେ ଦେଖିବାକୁ ମିଳିଛି। ଉଦୟନାଥ ରାଠୋଡ ଚରିତ୍ରରେ ଶୈଫଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରୁଛନ୍ତି। ଏବେ ଆଲୋଚନା ହେଉଛି କି ଶୈଫ ନେଗେଟିଭ କ୍ୟାରେକ୍ଟର ମାଧ୍ୟମରେ ତାଙ୍କ ବୁଡି ଯାଉଥିବା କ୍ୟାରିୟରକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବାକୁ ଚେଷ୍ଟା କରୁ ନାହାନ୍ତି ତ! ଏହା ପୂର୍ବରୁ ଶୈଫ ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ଯେତିକି ଫିଲ୍ମ କରିଛନ୍ତି ସେଥିମଧ୍ୟରୁ ଅଧିକାଂଶ ଫ୍ଲପ ହୋଇଥିବାରୁ ଏବେ ସେ ନେଗେଟିଭ କ୍ୟାରେକ୍ଟରକୁ ବାଛିଥିବା କୁହାଯାଉଛି।

Share