ନେଟ୍ସରେ ଭୁବିଙ୍କ ଅଭ୍ୟାସ

ନୂଆଦିଲ୍ଲୀ,୨୫।୬- ଭାରତୀୟ ଦଳର ମ୍ୟାନେଜମେଣ୍ଟକୁ ମଙ୍ଗଳବାର ବଡ଼ ଆଶ୍ୱସ୍ତି ମିଳିଛି। ପେସର ଭୁବନେଶ୍ୱର କୁମାର (ଭୁବି) ୩୦ରୁ ୩୫ ମିନିଟ୍‌ ଧରି ମାଞ୍ଚେଷ୍ଟରର ଇନ୍‌ଡୋର ନେଟ୍ସରେ ଅଭ୍ୟାସ କରିଛନ୍ତି। ଗୁରୁବାର ଓଲ୍ଡ ଟ୍ରାଫୋର୍ଡଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ମୁକାବିଲାରେ ତାଙ୍କ ଖେଳିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଭୁବି ଫୁଲ ରନ୍‌ ଅପ୍‌ ନେଇ ବୋଲିଂ କରିଥିଲେ। ଏଥିରୁ ତାଙ୍କ ମାଂସପେଶୀ ସମସ୍ୟା ଦୂର ହୋଇଯାଇଥିବା ଜଣାପଡ଼ୁଛ। ସେ ଫିଜିଓ ପାଟ୍ରିକ ଫର୍ହାର୍ଟଙ୍କ ତତ୍ତ୍ୱାବଧାନରେ ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ବୋଲିଂ କରିଥିଲେ।

Share